Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ମୁଁ ଝିଅ

ମୁଁ ଝିଅ

1 min
274


ବାପା କହନ୍ତି ପୁଅ ଜନ୍ମ ହେଲେ

ପରିବାରରେ ହୁଏ ଖୁସି

ବାପାଙ୍କୁ ସିନା ସବୁ ଖୁସି ମିଳେ

ମାଆ ହୁଏ ନାହିଁ ଦୋଷି ।

ପୁଅ ଝିଅ ଅବା ସମସ୍ତେ ସମାନ

ଦଶ ମାସ ଗର୍ଭ କଷ୍ଟ ଏକା

ପେଟ ଚିରା ହୋଇ ଜନ୍ମ ନିଏ ସିନା

କୁଆଁ କୁଆଁ ରାବ ଏକା ।

ମାଆ କୋଳରୁ ବକ୍ଷରୁ ଛୁଆକୁ

ଯେବେ ଦିଏ ତାର କ୍ଷୀର

ଝିଅ ପୁଅ ମଧ୍ଯ ପ୍ରଭେଦ ରହେନା

ସ୍ନେହ ମମତାର ଡୋର ।

ମାଆ ଜନ୍ମ ଦିଏ ଝିଅଟିଏ ସିନା

ସଂସାରର ପାଇଁ ସ୍ଠଷ୍ଟି

ତା ପେଟରୁ ଜନ୍ମିଲେ ଝିଅଟିଏ

ପଡେ ପରିବାରର କୋପ ଦ୍ଠଷ୍ଟି ।

ଝିଅର ଆସିବା ସଂକେତ ପାଇକି

ଭୃଣ ହତ୍ୟା ଆମେ କରୁ

ଜନମ ପୂର୍ବରୁ ମାରିଦେଇ ଆମେ

କି ଲାଭ ଆମେ ପାଉଛୁ ।


Rate this content
Log in

Similar oriya poem from Inspirational