STORYMIRROR

Liza Senapati

Tragedy

4  

Liza Senapati

Tragedy

ମୁଁ ହସର ମାଲିକ୍

ମୁଁ ହସର ମାଲିକ୍

1 min
23.4K

ମୁଁ କଳାକାର ଏକ,

କଳା ମୋର ସଭିଙ୍କ ହସ,

ହସି ହସେଇବା ଧର୍ମ ମୋର,

କେହି କେବେ ଦେଖିନାହିଁ 

ଆଖିରେ ମୋ ଲୁହ।

କାହିଁକିନା ମୁଁ ଜୋକର,

ଛାତିରେ କୋହ ସାଇତି

ହସିବା ଯାଇଚି ଶିଖି,

ସଭିଙ୍କୁ ସିନା ହସାଏ ମୁଁ,

ନିଜ ପାଇଁ କେବେ ହସିନାହିଁ,

ମନଭରି କେବେ କାନ୍ଦି ମୁଁ ନାହିଁ,

ମୁଁ ନୁହେଁ କାହା ଆପଣାର,

ହେଲେ ସଭିଏଁ ମୋ ନିଜର।


Rate this content
Log in

Similar oriya poem from Tragedy