STORYMIRROR

Rama chandra Pradhan

Romance

3  

Rama chandra Pradhan

Romance

ମୁଁ ହଜି ଯିବାକୁ ଚାହେଁ

ମୁଁ ହଜି ଯିବାକୁ ଚାହେଁ

1 min
60


ମୁଁ ହଜି ଯିବାକୁ ଚାହେଁ.. 

ସମୁଦ୍ରର ସେଇ କୋଳାହଳମୟ ବେଳାଭୂମି ଉପରେ 

ଯେଉଁଠି ତୁମ ସହ ମୋର 

ପ୍ରଥମ ଦେଖା ପାଲଟିଯାଇଥିଲା ଅଭୂଲା ସ୍ମୃତିଟିଏ... 

ମୁଁ ହଜି ଯିବାକୁ ଚାହେଁ.. 

ଆମ ଗାଁ ସେଇ କଉଡିଆମାଳ ତାଳବଣରେ 

ଯେଉଁଠି ତୁମେ ମୋତେ ନେଇ 

ସ୍ବପ୍ନ ଦେଖିଥିଲ ଗଢିବାକୁ ଛୋଟ ନଅରଟିଏ... 

ମୁଁ ହଜି ଯିବାକୁ ଚାହେଁ.. 

ବଗିଚାର ସେଇ ସୁନ୍ଦରୀ ଫୁଲମାନଙ୍କ ଗହଣରେ 

ଯେଉଁଠି ତୁମେ ମୋତେ 

ଉପହାର ଦେଇଥିଲ ଗୋଲାପ ଫୁଲଟିଏ... 

ମୁଁ ହଜି ଯିବାକୁ ଚାହେଁ.. 

ପାନ୍ଥଶାଳାର ସେଇ ଅସଂଖ୍ୟ ଲେଖା ଭିତରେ 

ଯେଉଁଠି ତୁମେ ମୋ ପାଇଁ 

ଲେଖିଥିଲ ଅକୁହା ପ୍ରେମଗପଟିଏ... 

ମୁଁ ହଜି ଯିବାକୁ ଚାହେଁ.. 

ପୁଣି ସେଇ କଲେଜ ଫେରନ୍ତା ପାଦଚଲା ରାସ୍ତାରେ 

ଯେଉଁଠି ତୁମେ ମୋ ଗଣ୍ଡଦେଶରେ 

ଆଙ୍କି ଦେଇଥିଲ ପ୍ରୀତିଭରା ଚୁମ୍ବନଟିଏ... 

ମୁଁ ହଜି ଯିବାକୁ ଚାହେଁ.. 

ସେଦିନର ସେଇ ଭୟଙ୍କର ଝଡ଼ ତୋଫାନ ରାତିରେ 

ଯେଉଁଠି ତୁମେ ମୋତେ ଦେଇଥିଲ

ସାରା ଜୀବନ ନିଜର କରିବାର ପ୍ରତିଶ୍ରୁତିଟିଏ... 

ମୁଁ ହଜି ଯିବାକୁ ଚାହେଁ.. 

ଶ୍ମଶାନର ସେଇ ଧୂଳିମିଶା ଜୁଇ ପାଉଁଶରେ 

ଯେଉଁଠି ତୁମେ ଯେତେ ଖୋଜିଲେ ବି ମିଳିବନି 

ମୋ ଅସ୍ତିତ୍ବର ଛୋଟ ଛବିଟିଏ... 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance