STORYMIRROR

Sachidananda Kar

Classics

3  

Sachidananda Kar

Classics

ମୁଁ ହେବି ତୋ'

ମୁଁ ହେବି ତୋ'

1 min
397


        ମୁଁ ହେବି ତୋ' ଘୋଡ଼ାରେ ବାବୁ

                ହେବି ମୁଁ ତୋର ହାତୀ

        ରାଜା ପରି ତୁ ମୋ ପରେ ବସି

                ବୁଲିବୁ ଦିନ ରାତି


        ମୁଁ ହେବି ତୋ' ଖେଳ ଦରବ

               ହେବି ମୁଁ ତୋର ମିତ

        ମୋ ସାଥେ ମିଶି ଖେଳିବୁ ତୁହି

               ଗାଇବୁ ପୁଣି ଗୀତ


        ମୁଁ ହେବି ତୋ' ଖେଳ ପଡିଆ

                ହେବି ମୁଁ ସାଥି ମେଳ

        ତୋ ପାଶେ ଧାଇଁ ଆସିବି ମୁହିଁ

                ହେଲେ ତୋ' ଖେଳ ବେଳ


        ମୁଁ ହେବି ତୋ' ଶୁଆରେ ଧନ

                ହେବି ମୁଁ ତୋର ପୁଷି

        ରହିବି ସଦା ତୋ' ପାଖେ ପାଖେ

                କରିବି ତୋତେ ଖୁସି


         ମୁଁ ହେବି ତୋ' ଆଈରେ ବାବୁ

                ହେବି ମୁଁ ତୋର ଅଜା

         ଶୁଣିବୁ ଗପ ମୋ ପାଶେ ବସି

                କରିବୁ ନାନା ମଜା


         ମୁଁ ହେବି ତୋ' ମୁରୁକି ହସ

                ହେବି ମୁଁ ତୋର ସୁଖ

         ଧନରେ ମୋର ଦେଖି ତୁ ମୋତେ

               ଭୁଲିବୁ ତୋର ଦୁଃଖ


        ମାଆ ମୁଁ ତୋର ଥିଲେ ତୋ ପାଶେ

                ନ ଥିବ ଦକ ତୋର

        ଭଲରେ ଯିବ ତୋ' ଦିନ ସବୁ

                ଏଇ ତ କଥା ମୋର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics