STORYMIRROR

Rajashree Acharya

Classics

3  

Rajashree Acharya

Classics

ମୁଁ ବଞ୍ଚିବି

ମୁଁ ବଞ୍ଚିବି

1 min
345

ହେଉ ପଛେ ଶରୀର ଦୁର୍ବଳ

ହସୁ ପଛେ ଦୁନିଆ ମୋ ବିବଶତା ରେ

ହେଲେ ମୁଁ ବଞ୍ଚିବି

କ୍ଷତ ହେଲାଣି ଶରୀର

ଆତ୍ମା ବିକଳ ହେଲାଣି 

କାୟ ମୁକ୍ତ ହେବାକୁ

ହେଲେ ବି ମୁଁ ବଞ୍ଚିବି

ରକ୍ତାକ୍ତ ଦେହ ରେ ଘୁଷୁରିଲାଣି

ଟୋପାଏ ପାଣି ପାଇଁ ମୋ ଜୀବନ ଶୁଖି ଗଲାଣି 

ଅଜଣା ରାଜ୍ୟ ର ମୁଁ ହେଇପାରେ ଯାତ୍ରୀ

ହେଇ ପାରେ ଏହା ମୋ ଜୀବନ ର ଶେଷ ରାତ୍ରି

ମହଲତ ମାଗିଛି କାଳ କୁ କିଛି ସମୟ ପାଇଁ

ମୋ ପ୍ରେୟସୀ ମୋ ପାଇଁ ମାଗୁଣି କରୁଥିବ 

ସେଠି ଦୂର ଦେଶରେ ଥାଇ

ତାକୁ ଟିକେ ଖବର ଦେଇଆସେ

ଯୁଦ୍ଧ କ୍ଷେତ୍ର ର ରଣ ନାୟକ ହେଇପାରେ

ମୋ ପ୍ରେୟସୀ ପାଇଁ ମୁଁ ବୋଧେ ଆଜି ଦୁର୍ବଳ ନୁହେଁ

ନୁହେଁ ଆହତ କି ନୁହେଁ ନିହତ

ନୁହେଁ ମୁଁ ଭ୍ରମ ମୋ ଜୀବନ ର

ନୁହେଁ ମୁଁ ଭସା ବାଦଲ ମୋ ଆକାଶର

ମୁଁ ବଞ୍ଚିବି

ମୁଁବଞ୍ଚିବି

ବଞ୍ଚିବି ମୁଁ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics