STORYMIRROR

Dr.Omm Prasad Pradhan

Abstract

3  

Dr.Omm Prasad Pradhan

Abstract

ମୁଁ ବି ଜଣେ ନାରୀ

ମୁଁ ବି ଜଣେ ନାରୀ

1 min
271


 

ପାପ ଭରା ଏଇ ଦୁନିଆରେ 

ସଜ୍ଜନତା ର ଅଭାବ 

ଶକୁନି ର ପଶାପାଲି ରେ ହୁଏ 

ଦ୍ରୌପଦୀ ର ହିସାବ 

ଯୁଧିଷ୍ଠିର ଆଜି ସ୍ଥିର ପଲଟେ  

ଭୀମ ହୁଏ ତୁଚ୍ଛ ନର 

ଅର୍ଜୁନ ନିଜକୁ କରେ ଧିକ୍କାର 

କାହିଁକି ସେ ଧନୁର୍ଦ୍ଧର

ନକୁଳ ର ହାତ ବନ୍ଧା ପଡିଛି 

ସହଦେବ ନିର୍ବିକାର 

ଅନ୍ଧସଭା ମଧ୍ୟେ ଅନ୍ଧ ହୁଅନ୍ତି 

ଭୀଷ୍ମ,ଦ୍ରୋଣ ଓ ବିଦୁର 


ପାଞ୍ଚାଳି ର କେଶ ମୁକ୍ତ ପଡିଛି 

ପିଇବାକୁ ରକ୍ତ ତାର 

ନାହିଁ ଦୟା ଏଠି ଇଶ୍ଵର ଙ୍କ'ର 

ରକ୍ଷାକରିବାକୁ ନିଜ ଭକ୍ତ ର 

ପାପ ପୁଣ୍ୟ ର ହିସାବ କରି

ନିଅନ୍ତି ପରୀକ୍ଷା ସେ ହରିହର 

କିନ୍ତୁ ଭାରି ପଡିଗଲା ଆର୍ତ୍ତ ଚିତ୍କାର 

କୁରୁକ୍ଷେତ୍ର ରେ ମରିଲେ ନର 

ଦାହ ହେଲା ଅଗଣିତ ଶରୀର 

 

ପୁଣ୍ୟତୋୟା ଆଜି ପାପ ମୁଣ୍ଡାଇ 

ହିମାଳୟ ପଥେ ଆଗ ପଡଇ

ଚାହିଲେନି ପ୍ରିୟପତି ପାଞ୍ଚୋଟି 

ଚାଲିଲେ ଦୁର୍ଗମ ରାସ୍ତା ର ଗତି 

କି ଦୋଷ କରି ଥିଲା ଦ୍ରୌପଦୀ 

ମହାଭାରତ ର ନାୟିକା ସାଜି 

ନିରସ୍ତ୍ର ହାତରେ ହେଲା ଘାତକି

କୁରୁ ସେନା କୁ ଗଲା ନିପଟି !


ସୃଷ୍ଟି ରେ ସୌନ୍ଦର୍ଯ୍ୟ ସିନା ଆଣିଲା 

ଅପବାଦ ବୋଝ ମୁଣ୍ଡାଇ ମଲା

କାହିଁକି ପାଞ୍ଚାଳି ଯୁଦ୍ଧ ରଚିଲା  

ଶହଶ୍ର ଜୀବନ ଅକାଳେ ଗଲା 

ଭାବେ ଦ୍ରୌପଦୀ କିଦୋଷ କଲା 

ନିଜ ମାନ ଲାଗି ଯୁଦ୍ଧ ରଚିଲା  

ଏହା କଣ ତାର ଭୁଲ୍ ଥିଲା ?

କାରଣ କରୁଣା ଦେଇନଥିଲା !


କରୁଣା ର ଯୋଗ୍ୟ ଥିଲେ ସେମାନେ 

ନିଜେ ଭାବି ଟିକେ କୁହନ୍ତୁ ଜଣେ

ତଥାବି ଲଞ୍ଛନା ନାରୀ ଜାତି କି

ନାରୀ କଣ କେବେ ନର ନୁହେଁ କି ?

ମନୁଷ୍ୟ ଜାତି ରେ ଗଣା ନୁହେଁ କି ?

ନାରୀ କଣ ଆମ ପରି ନୁହେଁ କି ?

ଦୋଷ ନେଇ ବଞ୍ଚି ଥିବ ଏମିତି ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract