STORYMIRROR

ଦୀପଙ୍କର ଦାସ

Inspirational Children

4  

ଦୀପଙ୍କର ଦାସ

Inspirational Children

ମୁଁ ଭାରତର ଯବାନ

ମୁଁ ଭାରତର ଯବାନ

1 min
637

ମୁଁ ସିଆଚିନର -୫୦ ଡିଗ୍ରୀ ତାପମାତ୍ରାକୁ

ଥଣ୍ଡା ଲସି ପରି ପିଇ ଯାଏ

ମୁଁ ଥର୍ ର ୩୩ ଡିଗ୍ରୀ ତାପମାତ୍ରାକୁ

ଗରମ ଚାହା ଭଳି ପିଇ ଯାଏ

ମୁଁ ଭାରତର ଯବାନ ମୁଁ ସବୁ କିଛି ସହି ଯାଏ।

ବାର ମାସ ତେର ପର୍ବ

ମୋ ପାଇଁ କିନ୍ତୁ ଦୁଇଟି ପର୍ବ

ସ୍ୱାଧୀନତା ଦିବସ ଆଉ ସାଧାରଣତନ୍ତ୍ର ଦିବସ

ଏତିକିରେ ମୁଁ ଖୁସି ପାଇଥାଏ

ମୁଁ ଭାରତର ଯବାନ ମୁଁ ସବୁ କିଛି ସହିଯାଏ।

ରାକ୍ଷୀ ବାନ୍ଧିବାକୁ ଲଫାପା ଆସେ

ଭାଲେଣ୍ଟାଇନ୍ ଆଉ ଜନ୍ମଦିନରେ

ଶୁଭେଚ୍ଛାର କେବଳ ସମାଚାର ହିଁ ପାଏ

କେବେ କେବେ କଲ୍ ଆସି କଟିଯାଏ

ମୁଁ ଭାରତର ଯବାନ ମୁଁ ସବୁ କିଛି ସହି ଯାଏ।

ନା ସମ୍ପତ୍ତିର ଲୋଭ ନା ପଦବୀର ଆଶା

ମୃତ୍ୟୁକୁ ଡରେନି 

ସହିଦ ହିଁ ଶେଷ ଅଭିପ୍ରାୟ ଥାଏ

ଆଉ ସହିଦ ହେଲେ ତ୍ରିରଙ୍ଗା ଦେହରେ ଘୋଡା ହୋଇଥାଏ

ମୁଁ ଭାରତର ଯବାନ ମୁଁ ସବୁ କିଛି ସହିଯାଏ।

ଅନେକ ସମ୍ପର୍କ ମୋର

ସମ୍ପର୍କର ଫାସ ବେଳେବେଳେ କଷ୍ଟ ଦେଇଥାଏ

ହେଲେ ଆଖିର ଲୁହକୁ ପୋଛି

ପୁଣି ପହରା ଦେଇଥାଏ

ମୁଁ ଭାରତର ଯବାନ ମୁଁ ସବୁ କିଛି ସହିଯାଏ।

                                         ଜୟ ହିନ୍ଦ୍।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational