STORYMIRROR

Susanta kumar Patra

Inspirational Others

3  

Susanta kumar Patra

Inspirational Others

ମୁଁ ବାପୁ କହୁଛି

ମୁଁ ବାପୁ କହୁଛି

2 mins
14.1K


ମୁଁ ବାପୁ କହୁଛି ହେ ଭାଇ ମାନେ ଶୁଣ ସମସ୍ତେ ଶୁଣ

ମୁଁ ବାପୁ କହୁଛି,

ସେଇ ବାପୁ ଯାହାର କଥାରେ ସାର ଭାରତ ବର୍ଷ ସମସ୍ତେ ଲୋକ ଏକାଠି ହୋଇଥିଲେ ଏକ ନୂଆ ସକାଳ ଦେଖିବାକୁ l

ଇଂରେଜ ହଟିଲେ, ଆମକୁ ଆମ ହାତରେ ଶାସନ ଦେଲେ l

ଆମେ ସ୍ୱାଧୀନ ବୋଲି ଆମେ ଆମକୁ ଶାସନ କଲେ l

ମତେ ତ ଗୁଳି କରି ମାରିଦେଲ,

ଭଲ କଲ ନହଲେ ଆଜି ତୁମ ମାନଙ୍କ କାମ ଦେଖି ମୁଁ ଆତ୍ମହତ୍ୟା କରିଥାନ୍ତି l


ଆମେ କଣ ଏଇ ଦିନ ଦେଖିବା ପାଇଁ ଇଂରେଜ ସାଙ୍ଗରେ ଲଢିଥିଲୁ l

ଜେଲ ଯାଇଥିଲୁ ଆଉ କେତେ ଯେ ବନ୍ଧୁକୁ ହରେଇଥିଲୁ l

କେତେ ମହିଳାଙ୍କ ମଥାରୁ ସିନ୍ଦୁର ଲିଭିଥିଲା,

କେତେ ଯେ ସନ୍ତାନ ବାପ ଛେଉଣ୍ଡ ହୋଇଥିଲେ କଣ ଏଇ ନୂଆ ସକାଳ ଦେଖିବା ପାଇଁ?

ଏଇଟା ତୁମ ସ୍ୱାଧୀନତା ନା ?

ତୁମେ ୭୨ ବର୍ଷର ସ୍ୱାଧୀନତା ପାଳନ କରୁଛ

ହେଲେ ଏବେ ବି ଗାଁକୁ ରାସ୍ତା ନାହିଁ

ଏବେ ବି ଗ୍ରାମକୁ ବିଜୁଳି ନାହିଁ

ଏବେ ବି ପିଇବା ପାଣି ନାହିଁ

ଏବେ ବି ଲୋକ ଭୋକ ଉପାସରେ ରହୁଛନ୍ତି

ତଥାପି ତମେ କହୁଚ ତୁମେ ସ୍ୱାଧୀନ l


ଏଇ ଦେଶ ପାଇଁ ତମେ କଣ କରିଚ ?

ଉନ୍ନତି ନାମରେ ଦୁର୍ନୀତି କରୁଛ,

ସାହାଯ୍ୟ ନାମରେ ତାକୁ ଶୋଷଣ କରୁଛ,

ଧର୍ମ ନାମରେ ଦଙ୍ଗା କରୁଛ,

ଟଙ୍କା ନେଇ ନିଜର ମାନବିକତାକୁ ବିକିଦେଉଛ,

ନାରୀକୁ ଦୁର୍ବଳା ଭାବି ତାର ଉପରେ ଅତ୍ୟାଚାର କରୁଛ,

ନିଜର କର୍ତ୍ତବ୍ୟକୁ ଅମଣିଷର ପାଖରେ ଟେକି ଦେଇଛ,

ପ୍ରକୁତିକୁ ନଷ୍ଟ କରୁଛ,

ଆଉ ମୁଦ୍ରାର କ୍ରମାନ୍ୱୟ ଭାବେ ଅବଗତି କରୁଛ l

ଏଇଟା ତୁମ ସ୍ୱାଧୀନତା ନା ଏଇଥି ପାଇଁ ତୁମେ ୭୨ ବର୍ଷର ସ୍ୱାଧୀନତା ପାଳନ କରୁଛ ?

ହଉ ପାଳନ କର ତୁମେ ସବୁ ସ୍ୱାଧୀନତା

ପାଳନ କର ମୁଁ ବା କଣ କହିବି

ମୋର ଆତ୍ମା ତୁମର ଡାକ ଶୁଣି ଆସିଥିଲା ଦେଖିବା ପାଇଁ ତାର ଭାରତ ବର୍ଷକୁ ଦେଖିଲା ତାର ଭାରତକୁ l

ହେଲେ ଆଜି ବି ପରାଧୀନ ବୋଲି ମନେ ହେଲା ଦେଖି ମୋର ସେଇ ଭାରତକୁl


ସୁଶାନ୍ତ କୁମାର ପାତ୍ର

ଦରପଦା, ନୟାଗଡ଼


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational