Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pratima Satpathy

Fantasy

3  

Pratima Satpathy

Fantasy

ମୁଁ ଅପରାଜିତା

ମୁଁ ଅପରାଜିତା

1 min
4



ଅପରାଜିତା ମୁଁ ଜୀବନ ଯୁଦ୍ଧରେ

    କେବେ ହାରି ଯିବି ନାହିଁ

ନିଜ ହକ୍ ପାଇଁ ଲଢେଇ କରିବି

    ବଞ୍ଚିଥିବା ଯାଏଁ ମୁହିଁ।

ମାତୃ ଗର୍ଭେ ଯେବେ ସଂଚରିଲି ମୁହିଁ

    ସେବେ ଠାରୁ ଶୁଣୁ ଅଛି

ଝିଅ ଜନମଟା ବଡ ହୀନିମାନ

    ପୁଅ ପାଇଁ ସବୁ କିଛି।

ପୁଅ ଟିଏ ଅଟେ କୁଳର ପ୍ରଦୀପ

    ଝିଅଟି ଅଟେ ଅଲୋଡ଼ା

ଭଲ ଖାଦ୍ୟ, ଆଉ ଶିକ୍ଷାଦାନ ପୁଣି

    ଝିଅ ପାଇଁ ନାହିଁ ଲୋଡା।

ପଚାରୁଛି ପ୍ରଶ୍ନ ମୁହିଁ ସମାଜକୁ 

    ଜନନୀ ଭଗିନୀ ଜାୟା

ବିପଦେ ଆପଦେ ନିଜ ଜୀବନରେ 

    ହୋଇ ନ ଥାନ୍ତି କି ସାହା।

ନାରୀର ଗର୍ଭରୁ ଜନ୍ମ ନେଇ ପୁଣି

     କନ୍ୟାକୁ ଅଲୋଡ଼ା ଭାବ

କନ୍ୟାଟିଏ କେବେ ଦେଖି ପାରେ ନାହିଁ

     ପିତା ମାତା ପରାଭବ ।

ଯେତେ ଦୁଃଖ କଷ୍ଟ ଆସିଲେ ଜୀବନେ 

    ପାଠ ନିଶ୍ଚୟ ପଢ଼ିବି

ନିଜ ଗୋଡେ ନିଜେ ଠିଆ ହୋଇ ମୁହିଁ

    ସ୍ଵୟଂ ସିଦ୍ଧା ବୋଲାଇବି।

ମୋ ପାଇଁ ମୋ ମାଆ କେତେ କଟୁ କଥା

     ସମସ୍ତଙ୍କଠୁ ଶୁଣିଛି

ଦୁନିଆଁ ଭିତରେ ବହୁତ୍ କଷ୍ଟରେ

    ମୋତେ ସେ ବଞ୍ଚାଇ ଅଛି।

ମୋ ମାଆ ମୋ ପାଇଁ କରିବ ଗରବ

     ସ୍ଵପ୍ନ ପୂରଣ କରିବି

ଅପରାଜିତା ମୁଁ ଜୀବନ ଯୁଦ୍ଧରେ

    ନିଶ୍ଚିତ ଭାବେ ଜିତିବି।


Rate this content
Log in

Similar oriya poem from Fantasy