STORYMIRROR

Pratima Satpathy

Abstract Inspirational Children

4  

Pratima Satpathy

Abstract Inspirational Children

ମୁଁ ଓଡ଼ିଆ ମୋ ଭାଷା ଓଡ଼ିଆ

ମୁଁ ଓଡ଼ିଆ ମୋ ଭାଷା ଓଡ଼ିଆ

1 min
8


ମୁଁ ଯେ ଓଡିଆ ମୋ ଭାଷା ଓଡ଼ିଆ

    ଓଡ଼ିଶାରେ ମୋର ଜନ୍ମ

ଜଗନ୍ନାଥଙ୍କ ଦେଶେ ଜନ୍ମ ହୋଇଛି

    ନିଜକୁ ମଣେ ମୁଁ ଧନ୍ୟ।

ମାତୃଭାଷା ମୋର ଓଡିଆ ଅଟଇ

    ମହୁଠାରୁ ବେଶୀ ମିଠା

ଯୌଥ ପରିବାର, ସଭ୍ୟତା ସଂସ୍କୃତି

    ଗୌରବ କରିବା ରକ୍ଷା।

ମାତୃଭୂମି ମାତୃ ଭାଷା ର ମମତା

    କେବେ ହେଲେ ନ ଭୁଲିବି 

ପୂର୍ବ ପୁରୁଷଙ୍କ ତ୍ୟାଗ ଆଦର୍ଶକୁ

    ଅନୁସରଣ କରିବି।

ଯେଉଁ ଭାଷା ପାଇଁ ଫକୀର ମୋହନ

    ହରେକୃଷ୍ଣ ମହତାବ

ଗୋପାଳ ଚନ୍ଦ୍ର ପ୍ରହରାଜ, ରବୀନ୍ଦ୍ର

    ଗୋପବନ୍ଧୁ ,ରାଧାନାଥ ।

 ପାରଳା ମହାରାଜା ଓ ମଧୁସୂଦନ 

    ଆଦି କେତେ ଭାଷା ବିତ୍

ଭାଷା ସାହିତ୍ୟର ବିକାଶର ପାଇଁ 

   ରଖି ଯାଇଛନ୍ତି କୀର୍ତ୍ତି।

ଜାତି ସଂଘ କାନ୍ଥରେ ଭୀମ ଭୋଇଙ୍କ 

    ମୋ ପ୍ରିୟ ଓଡ଼ିଆ ଭାଷା

ମୋ ଜୀବନ ପଛେ ନର୍କେ ପଡ଼ିଥାଉ

     ଜଗତ ଉଦ୍ଧାର ଇଚ୍ଛା।

ପବିତ୍ର ଉତ୍କଳ ପବିତ୍ର ମୋ ଭାଷା

    ତାର ସମ୍ମାନ ରଖିବି

ଯେଉଁଠି ବି ରୁହେ ମଥା ଉଚ୍ଚ କରି 

    ଗର୍ବେ ଓଡିଆ କହିବି।

ଯାହାର ସମ୍ମାନ ନଷ୍ଟ ହେବ ବୋଲି

    ଯୁଦ୍ଧ କଲେ ଜଗନ୍ନାଥ

ଗଜପତିଙ୍କର ବିଜୟ ହୋଇଲା

    କାଞ୍ଚିରାଜା ପରାଜିତ।

ଚାରୁ ଶିଳ୍ପ କଳା କୋଣାର୍କ ମନ୍ଦିର

    ବିଶ୍ୱେ ପ୍ରସିଦ୍ଧ ଅଟଇ

ପଥରରେ ଶିଳ୍ପୀ ମନର କଥାକୁ

    ଖୋଦିତ କରି ପାରଇ।

ମାଆ ମାଟି ଆଉ ମାତୃଭାଷା ପ୍ରୀତି

     ମନରୁ ଭୁଲିବି ନାହିଁ

ଯା ନାହିଁ ଉତ୍କଳେ ତା ନାହିଁ ଭୂତଳେ

     ଧନ୍ୟ ମୋ ଓଡ଼ିଶା ଭୂଇଁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract