STORYMIRROR

Santosh Pattnayak

Romance

2  

Santosh Pattnayak

Romance

ମୁଁ ' ଆଉ ତୁ

ମୁଁ ' ଆଉ ତୁ

1 min
12.4K


ନିଦଭରା ରାତିରେ ,

ତୁ' ମୋ ସପନ

ମୁଁ' ତୋ ଶୀତଳ ଜ୍ୟୋସ୍ନା..।

ମୋ ଜୀବନେ

ତୁ' ହିଁ ସକାଳ

ତୁ' ହିଁ ସନ୍ଧ୍ୟା,

ମୁଁ' ତୋ ସମ୍ଭାବନା...।

ହଁ - ନାହିଁର ଜୀବନ ଭିତରେ,

ତୁ' ସୀମାହୀନ ସରଳରେଖା

ମୁଁ' ଅଛିଣ୍ଡା ମାନସାଙ୍କ..।

ଅନୁରକ୍ତି ପୀରତିର,

ସ୍ରୋତଧାର ନଈଟିଏ ତୁ'

ସ୍ମୃତିକୁ ସାଉଁଟି ମୁଁ'

ଫେରନ୍ତା ବୋଇତେ

ସପନ ବଣିକ.....।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance