STORYMIRROR

Debabrata Mishra

Abstract Tragedy Classics

3  

Debabrata Mishra

Abstract Tragedy Classics

ମୁଁ ଆଉ ନାହିଁ

ମୁଁ ଆଉ ନାହିଁ

1 min
199

ପ୍ରସ୍ତରେ ଦେବତା ଅଛନ୍ତି

ଗଛରେ ପତ୍ର, ଫୁଲ ଓ ପକ୍ଷୀ ଅଛି,

ମଶାଣିରେ ଶବ ଦାହ ପୂର୍ବପରି

ସୂର୍ଯ୍ୟଦେବ ପୂର୍ବଦିଗେ ହିଁ ଉଦୟ,

ସାପ କାମୁଡ଼ିଥିବା ପିଲାର ମା'

ଆଜି ବି ପାଳ ଦଉଡ଼ି ଦେଖି ଡରୁଛି,

ଆଜି ବି ଜହ୍ନର ଜ୍ୟୋସ୍ନା ଅଛି

ଚମ୍ପା, ମଲ୍ଲୀ ଓ ଗଙ୍ଗଶିଉଳି ର ବାସ୍ନା ଅଛି,

ପେଟର ଭୋକ ଅଛି

ନିଶ୍ୱାସ ସରିଲେ ଶୋକ ଅଛି,

କାନ୍ଦିଲେ ଆଖିରୁ ବହୁଛି ଲୁହ

ନ କାନ୍ଦିଲେ ଛାତିରେ ଭରୁଛି କୋହ,

ମୋ' ଦେହ ଅଛି ମନ ଅଛି

ଶରୀରରେ ପ୍ରାଣ ଅଛି

ଘରେ ବୋଉର ଠାକୁର ମାଣ ଅଛି

ହେଲେ ମୁଁ ଆଉ ନାହିଁ

ମୋହ ଅଛି ମାନ ଅଭିମାନ ସବୁ ଅଛି

ବିଚାର ଅଛି ବିବେକ ଅଛି

ଋତୁ ଅଛି ମାସ ଅଛି,

ଅଳପ ଖୁସିରେ ଓଠରେ ହସ ଅଛି

ଆକାଶରେ ଚିକମିକ୍ ତାରା ଅଛି

ଆଜିବି ପରିବେଶରେ ଟାଣ ଖରା ଅଛି,

କାମନାର ସତ୍ଯ ଅଛି ଭକତିରେ ମିଛ ଅଛି

ଏ ଯୁଗର ଏ ସମୟେ ଆଜି ବି ମା' ମମତା ଅଛି,

ଲୋକେ କହୁଛନ୍ତି ସମାଜେ ଅଳପ ଅଛି ବିଶ୍ବାସ

ଆଜି ବି ପ୍ରତିଦିନ ଅନ୍ଧାରରେ ସେ ଘର

ଯେଉଁଘରେ ପୁରୁଷର ଢେର ମଦନିଶା ଅଛି,

ଶୋଷ ଅଛି ପାଣି ଅଛି ଲେମ୍ବୁ ଲୁଣ ଚିନିଅଛି

ଆଜି ବି ଦେଶରେ ଚାହା ର ଚାହିଦା ଅଛି

ହେଲେ ମୁଁ ଆଉ ନାହିଁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract