STORYMIRROR

Ajaya Mahala

Romance Others

4  

Ajaya Mahala

Romance Others

ମୁଁ ଆଉ ଡିଷ୍ଟର୍ବ କରିବିନି

ମୁଁ ଆଉ ଡିଷ୍ଟର୍ବ କରିବିନି

1 min
152


ମୁଁ ପାଖରେ ରହିବାକୁ ଚାହେଁ

ତୁମେ ଡିଷ୍ଟର୍ବ କରୁଛି କୁହ

ଏମିତି କେବେ ହୋଇଗଲା

ଗୋଟିଏ କାର୍ଯ୍ୟ ପାଇଁ 

ଦୁଇଟି ଶବ୍ଦ, ଦୁଇଟି ଭାବନା ?

ତୁମ ଆଉ ମୋର ଯେମିତି 

ଏବେ ଦୁଇଟି ଅଲଗା ଡିକସନାରୀ

କେତେ ପାଖ ହେବି

କେତେ ଦୂରରେ ରହିବି

ଏମିତି ହିସାବ ଜାଣିନି

ଗୁମ ସୁମ ମନ ସାରୀକୁ 

ପିଞ୍ଜୁରୀରେ ବନ୍ଦ କରି ଟାଙ୍ଗି ଦେବି 

କେଉଁ ନିକାଞ୍ଚନ ଜଙ୍ଗଲରେ ?

ଆଉ ତୁମକୁ ଡିଷ୍ଟର୍ବ କରିବିନି ।


ତୁମକୁ ଡିଷ୍ଟର୍ବ କରିବିନି

ତୁମେ ଏଥର ନିଶ୍ଚିତରେ କାମ କର

କିନ୍ତୁ ସତ କୁହ 

କଥା ନ ହେଲେ 

ତୁମର ମୁଁ ମନେ ପଡିବି ତ

ଅନ୍ତତଃ ଦିନକୁ ଥରୁଟିଏ 

ସକାଳୁ ଉଠିଲା ବେଳେ

କିମ୍ବା ସବୁ କାମ ସାରି 

ରାତିରେ ଶୋଇଲା ବେଳକୁ

ନାହିଁ,ଯେତେବେଳେ ତୁମ ଇଚ୍ଛା ହେବ

ମୋ ସମୟ ନେଇ ଚିନ୍ତା କରିବନି

ମୁଁ ସବୁବେଳେ ଅନେଇ ରହିଥିବି

ତୁମ ସହ କଥା ହେବା ପାଇଁ

ତୁମକୁ ଆଉ ଡିଷ୍ଟର୍ବ କରିବିନି ।


ତୁମକୁ ଆଉ ଡିଷ୍ଟର୍ବ କରିବିନି

କହି ଦିଏ ସତ

କିନ୍ତୁ ଏତିକି କହିଲେ 

ଛାତି ମୋର ଫାଟି ଯାଏ 

ଅନୁଭବ କରି ପାରିବ ସେ କଷ୍ଟ

ବାଦଲରୁ ଖସି ସାରିଥିବା ମେଘକୁ 

ଅଧା ଆକାଶରେ ରୋକି ଦେଲେ

ମରି ଯାଏନା ତା ଆବେଗ?

ହେବନି ଏ ଜଘନ୍ୟ ହତ୍ୟା

ଯଦି ଓଠ ଧାରେ 

ଖେଳି ଆସୁଥିବା ହସକୁ

କିଏ ଆଦେଶ ଦେଇ ବନ୍ଦ କରିଦିଏ

ଏତିକି ତ ବୁଝି ଥରେ ମାନି ଯାଅ

ତୁମକୁ ଆଉ ମୁଁ ଡିଷ୍ଟର୍ବ କରିବିନି ।


ଭଲ ପାଇବା କି ନିଆଁ ଯେ

ଲାଗି ସାରିଥିବା ଏ ନିଆଁ କୁ 

ସହଜରେ ଲିଭାଇ ହୁଏ କି ?

ମୁଁ ଶୁଷ୍କ ତୃଣ ହୋଇ ଜଳି ଯାଏ

ତୁମେ ନିଜକୁ ପଥର କରି 

ବଞ୍ଚାଇ ନିଅ ଏ ନିଆଁରୁ

ଧୀରେ ଧୀରେ ମୁଁ ବି ଶିଖିବି 

ପଥର ହେବାକୁ

ତୁମକୁ ଆଉ ଡିଷ୍ଟର୍ବ କରିବିନି ।



ଏବେ ତୁମେ ଡିଷ୍ଟର୍ବ ହେବନି

ଉଛୁଳାଇ ଦେବାକୁ ଚାହିଁବିନି

ଚବିଶ ଘଣ୍ଟାର ସମୟର ପାତ୍ରକୁ

ଏ ଗପୁଡି ଝିଅଟି

ପାଖରେ ତୁନି ହୋଇ 

ବସି ରହିଲେ ଚଳିବ ନାହିଁ ତୁମର ?

ଜାଣିଛି, ମୋ ଭାବନାର ଛାୟା ରହିଲେ ବି

ଆଜିକାଲି ତୁମେ 

କାମ କରି ପାର ନାହିଁ

ବିଶ୍ୱାସ କର, ମୋ ଛାୟାକୁ ବି ଆଉ 

ଲାଗିବାକୁ ଦେବିନି 

ଆଉ ମୁଁ ତୁମକୁ ଡିଷ୍ଟର୍ବ କରିବିନି ।


       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance