STORYMIRROR

Krishna Mishra

Classics

4  

Krishna Mishra

Classics

ମୁଁ ଆତ୍ମା

ମୁଁ ଆତ୍ମା

1 min
23.8K

 ମୁଁ ଅଶରୀରୀ,

ଶରୀର ପଞୁରୀର ବନ୍ଦୀ

ମୁକ୍ତି କାମନାରେ ଛଟପଟ  ଆତ୍ମା

 ସଂସ୍କାର ନୂପୁର ବାନ୍ଧି, 


       ଆତ୍ମୀୟତାର ମଞ୍ଚରେ ନୃତ୍ୟ ରତ

       ସମୟର କାଳଚକ୍ରେ, ବୟସ ସୋପାନରେ, 

         ପଞୁରୀ ବଦଳି ଯାଏ,

         ଏକ ଜର୍ଜର ମୃତ୍ତିକା ପିଣ୍ଡ 

          କିନ୍ତୁ ମୁଁ !


  ଚିର ଯୌବନା, ଓହରି ଆସେ ପଞୁରୀ ମୁକ୍ତ ହୋଇ

  ମୁଁ ଯେ ଶ୍ବାସ ମୁକ୍ତ, ମୋହ ମୁକ୍ତ ,

  ସମ୍ମୋହନ ମୁକ୍ତ ।

  ବାହୁର ବନ୍ଧନ ମୋତେ ଆକର୍ଷଣ କରେନା

 ସ୍ନାୟୁର କମ୍ପନ ସ୍ପର୍ଶ କରେନା ।


        ସମସ୍ତ ନୀତି ନିୟମକୁ ଫିଙ୍ଗି

      ମୁଁ ଗଢେ,ରଂଗୀନ ସ୍ଵର୍ଗୀୟ ବଳୟ

       ମୁକ୍ତ ବ୍ରହ୍ମାଣ୍ଡରେ ଉଡିବାକୁ ଉଦ୍ୟତ ।

       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics