ମଉଳା ମନ
ମଉଳା ମନ
ମଉଳା ମନରେ ବଉଳ ଫୁଟେନା ମନ ରହେ ସଦା
ହୋଇ ଯାଏ ବିରସ ଭରା
ଲାଗେ କିଏ ଭାଙ୍ଗି ଦେଇଛିକି
ସତେ ମନର ସିନ୍ଦୁକ ରହିଛି
ହୋଇ ଉଜୁଡା
ମରି ଯାଏ ମନ ମଉଳା
ପୁଲର ପାଖୁଡାଟି ପରି
ପଡିଛି କି ଝରି,
ହୋଇ ଅଛି ବୃନ୍ତଚ୍ୟୁତା
ମରି ଯାଇଥାଏ ମନ
ମଉଳି ପଡଇ ମୁଖର ଚେହେରା
ବଳେ ନାହିଁ ମନ କରିବାକୁ
କାମ ଲାଗିଥାଇ ନୁଖୁରା ନୁଖୁରା
ବଣ ପୋଡି ଗଲେ
ସବୁ ଦେଖି ଥାନ୍ତି
ମନ ପୋଡିଗଲେ
କିଏ ଦେଖନ୍ତି ନାହିଁ
ଏ କଥାଟି ସଦା ସତ୍ୟ
ହୁଏ ନା କେବେ ଅନ୍ୟଥା
ମନ ଆଉ ବୋଲ ମାନେନା
କଥା କହିବାକୁ ଲାଗେନାହିଁ
ଆଉ ଇଚ୍ଛା