STORYMIRROR

Prafulla Chandra Mishra

Inspirational

4  

Prafulla Chandra Mishra

Inspirational

ମୁକ୍ତିର ଗୀତ ଗାଅ

ମୁକ୍ତିର ଗୀତ ଗାଅ

1 min
23.1K


ଆସିବ ଭେଷଜ ବିଜ୍ଞାନ ବଳେ

ନୂତନ ସୂର୍ଯ୍ୟ ଉଦୟାଚଳେ, 

ଉଇଁବ, ଉଇଁବ,ଉଇଁବ

କରୋନା କବଳୁ ଭାରତବର୍ଷ, 

ଜିଣିବ,ଜିଣିବ,ଜିଣିବ ।।


ଏବେଠାରୁ ଟିକେ ଆଉ ସାବଧାନ

ଲୋଡା ଏକଥାକୁ ନକର”ହେ-ଜ୍ଞାନ” 

ଦେଖିବ ଦେଖିବ ଦେଖିବ

ଆକାଶେ ମୁକ୍ତ ବିହଙ୍ଗମ ସମ, 

ମଣିଷ ଉଡିବ ଉଡିବ ।।


ହେଳାହଳେ ମିଶି ଭେଳା ବୂଡିଯିବ

ସୁନୀଳ ଆକାଶେ ଅନ୍ଧାର ଘୋଟିବ, 

ମୃତ୍ୟୁ ଦୁଆରୁ ଡାକିବ

ଆନମନା ତୋତେ କରିବ ରେ ଜହ୍ନ, 

ଯେବେ ସାବଧାନ ହୋଇବ ।।


ମୁକତି ଲଭିବ କରୋନା କବଳୁ

ଉଡାଇ ବିଜୟ କେତନ,ବିଶ୍ଵ ରୁ

ପରାଭବ କ୍ଷୁନ୍ନ କରିବ,

ମାଟିର ମଣିଷ ଆଶା ଯାନ ତାର

ଜହ୍ନ ରାଇଜେ ଉଡିବ ।।


ଦିନେ‌ନା ଦିନେ ଏ ମାନବ ଜାତିର

ଅଭ୍ୟୁଦୟେ ପରାଜୟ କରୋନାର, 

ହୋଇବ,ହୋଇବ,ହୋଇବ

ଉତ୍ତଳା ମନ ଏ ନୀଳ ଆକାଶେ

ମୁକ୍ତ ବିଚରଣ କରିବ ।।


ଆମ ସାବଧାନ ନୈତିକତା ଗୁଣ

ଧୀରେ ଧୀରେ ତାରେ କରିବ ନିଶ୍ଚିହ୍ନ, 

ମଳୟାଚଳରୁ ବହିବ

ମୁକ୍ତ ମଳୟ ର ସ୍ଵତ୍ସ ‌ସ୍ଵାକ୍ଷରେ,

ମୁକ୍ତିକାମୀ ଗୀତ ଗାଇବ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational