Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Antaryami Sahu

Inspirational

3  

Antaryami Sahu

Inspirational

ମୁକ୍ତିର ଆନନ୍ଦ

ମୁକ୍ତିର ଆନନ୍ଦ

1 min
216



ତୁମେ ମୋ ଜୀବନ ତୁମେ ମୋ ସ୍ଵପନ

ତୁମେ ହୃଦର ସ୍ପନ୍ଦନ,

ତୁମେ ମୋ ମାଣିକ ତୁମେ ମୋ ବଣିକ

ତୁମେ ଭାବର ବନ୍ଧନ ॥

ତୁମେ ମୋ ନୟନ ତୁମେ ମୋ ଅଞ୍ଜନ

ତୁମେ ଗଳାର ରତନ,

ତୁମେ ମୋର ଗତି ତୁମେ ମୋର ମୁକ୍ତି

ତୁମେ ତାପ ବିନାଶନ ॥

ତୁମେ ହର୍ତ୍ତା_କର୍ତ୍ତା ଭାଗ୍ୟର ବିଧାତା 

ସର୍ବ ଶକ୍ତିର ଆଧାର,

ମୁହିଁ ଦୀନହୀନ ଅତି ଦୁରୁଜନ

ଶରଣ ପଶେ ପୟର ॥

ସଂସାର ଜଞ୍ଜାଳ ଦହଇ ପ୍ରବଳ

ବିଷୟ ବାସନା ଯାଉ,

ମମତାର ମୋହ କାଢ଼ି ଦୟାମୟ

ମୁକ୍ତି ପଥଦୃଶ୍ୟ ହେଉ ॥

ତୁମେ ହିଁ ଶରଣ ତୁମେ ହିଁ କାରଣ

ଅକାରଣର କାରଣ,

ଜନ୍ମମରଣର ଗତି ମୁକ୍ତିଦାତା

ହେ ପ୍ରଭୁ ବିଶ୍ଵବନ୍ଦନ ॥

ହେ ବିଶ୍ଵକରତା ଗତି ମୁକ୍ତିଦାତା

ଏ ଅଧମେ କୃପାକର,

ମୁକ୍ତିର ଆନନ୍ଦ ଦିଅହେ ଗୋବିନ୍ଦ

ଏତେ ଅଳି ଶ୍ରୀଛାମୁର ॥





Rate this content
Log in

Similar oriya poem from Inspirational