STORYMIRROR

GAGAN KUMAR DASH

Romance Tragedy

2  

GAGAN KUMAR DASH

Romance Tragedy

ମୁକ୍ତି

ମୁକ୍ତି

1 min
137


ଆଜୀବନ କଇଦିଟିର

ବନ୍ଦି ଶାଳାରୁ ମୁକ୍ତି,

ଦୀର୍ଘଦିନ ଲୁହାରେ ଆବଦ୍ଧ

ପିଞ୍ଜରା ଖୋଲା ପକ୍ଷୀ,

ଦିନ ସାରା ପାଠ ପଢା ପରେ

ବିଦ୍ୟାଳୟରୁ ଛୁଟି,

ଦଶ ମାସ ଯନ୍ତ୍ରଣା ପରେ

ମାଁ ଗର୍ଭରୁ ଜନ୍ମ ହେବା,

ଖୋଜୁଥିବା ମାନସୀ ପ୍ରେମିକା

ସହିତ ରାତ୍ରୀ ଯାପନ

ଖୁବ୍ ଖୁସି ଲାଗେ ।


ମୁଁ କିନ୍ତୁ 

ତୁମ ଠାରୁ 

ମୁକ୍ତି ପାଇବା ପରେ

ନିରାଶ ପାହାଡ଼ରେ ଘୂରେ

ମୋ ପାଇଁ

ମୁକ୍ତିର ଆନନ୍ଦ ହେଲେବି

ମୋ ମୁକ୍ତି

ମୋ'ରି ପାଖରେ

ଖୁବ ଯନ୍ତ୍ରଣା ଦିଏ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance