STORYMIRROR

Banabihari Mishra

Abstract

2  

Banabihari Mishra

Abstract

ମୁଖ ପଠନ

ମୁଖ ପଠନ

1 min
436

ମୁଁହ ପଢିବାରେ ନୁହେଁ ମୁଁ ପ୍ରବୀଣ 

ତଥାପି ପଢେ ମୁଁ ମୁଁହ 

କିଏ କେଉଁଭଳି ଲୋକ ହେଇଥିବ

ଭାବିବସେ ଦେଖି ମୁଁହ


କାହା ମୁଁହ ଦେଖି ଭାବେ ସିଏ ଗୋଟେ

ଚୋରଖଣ୍ଟ ହେଇଥିବ

ନିର୍ମାୟା ସରଳ ମୁଁହ ଦେଖି ଭାବେ

ଭଲଲୋକ ହେଇଥିବ


ଚିତା ଚଇତନ ଲମ୍ବା ଦାଢୀ ଆଉ

ଲମ୍ବ ସାଟ ପଟାବୃତ 

ଦେଖିଲେ ଭାବେ ମୁଁ ନିଶ୍ଚେ ତା ଭିତରେ

ଅଛି ବାବାଜିଆ ଭୂତ


ଆଲୁରା ବାଲୁରା କେଶ ଦାଢୀ ସବୁ

ପିନ୍ଧା ପାଇଜାମା ଧୋତି

ଦେଖି ଭାବେ କଳାକାର ହେଇଥିବ

କଳାରେ ଥିବ ତା ପ୍ରୀତି


ରାଜନୀତିଆଙ୍କ ବେଶ ଯେ ନିଆରା

ଅଲଗା ମୁଁହ ତାଙ୍କର 

ଧୋବଧାଉଳିଆ ଚହକ ଚିକ୍କଣ

କଥା ତାଙ୍କ ପାଣିଗାର


ଇସ୍ତ୍ରୀ ଭାଙ୍ଗ ପକା ଜାମାଯୋଡ ଆଉ

ଚିକ୍କଣିଆ ଦି ଚକିଆ

ବ୍ୟାଙ୍କ କିରାଣୀ ଅଧ୍ୟାପକ ଅବା

ସରକାରୀ ଚାକିରିଆ


ମୁଁହ ଦେଖି ଦେଖି ଯାହା ଭାବେ ମୁହିଁ 

ହୁଏନାହିଁ ସବୁ ସତ

ହେଲେ ମୋ ସଉକ ରହିଛି ରହିବ 

 ଥିଲାଯାଏ ମୁଁ ଜୀବିତ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract