STORYMIRROR

Prafulla Chandra Mishra

Abstract

2  

Prafulla Chandra Mishra

Abstract

ମୁହଁକଥା କହେ; ଆଖି

ମୁହଁକଥା କହେ; ଆଖି

1 min
140

ତୁମ ହରିଣୀ ଆଖିରେ କେତେ ଭାଷା ସତେ

ଚଳ ଚଞ୍ଚଳ ଚାରୁ ନୟନୀ 

ସେ, ଚୋରା ଚାହାଣି ରେ କେତେ ନିଶା ସତେ

ତୁକି, ଶୀତୁଆ ମହୁଲି ପାଣି

ସେଇ ଆଖିର ପଲକ କାମଫୁଲ ଶର ସତେ

ମନକୁ ନିଅଇ ଟାଣି

ତୁମ ହରିଣୀ ଆଖିରେ କେତେ ଭାଷା ସତେ

ଚଳଚଞ୍ଚଳ ଚାରୁ ନୟନୀ 


ଗଭା ବିମୁଞ୍ଚିତ ଶୋଭା କେଶ ରାଶି ସତେ

ଚାରୁ ଚିତ୍ର ନୀଳ ଆକାଶ

ସେ ଆକାଶେ ଦିଶେ ତୁମରି ଆନନ ସତେ  

ପୁର୍ଣିମା ଜହ୍ନ ପ୍ରକାଶ

ପ୍ରେମ ପ୍ରଣୟିନୀ ଚତୁରୀ ତରୁଣୀ, ୟେ

ମନକୁ ନେଉଛ ଟାଣି 

ତୁମ ହରିଣୀ ଆଖିରେ କେତେ ଭାଷା ସତେ

ଚଳ ଚଞ୍ଚଳ ଚାରୁ ନୟନୀ


ତୁମ ଲାଳିତ୍ୟ ମଧୁର କଥାରେ ସତରେ

ସ୍ନେହ, ପ୍ରୀତି ମହୁଝରେ

ୟେ,ଆମ୍ର ପଲ୍ଲବ ଗହଳେ କୋକିଳ ସତେ

ଗାଏକି ମଧୁର ସ୍ଵରେ

ସେ ସ୍ଵରେ ବିହ୍ଵଳ କରୁ ରେ ସଜନୀ,ଧନୀ

ଆରେ ମାନମୟୀ ମାନିନୀ 

ତୁମ ହରିଣୀ ଆଖିରେ କେତେ ଭାଷା ସତେ

ଚଳ ଚଞ୍ଚଳ ଚାରୁ ନୟନୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract