STORYMIRROR

Kalandi pal

Abstract Classics

4  

Kalandi pal

Abstract Classics

ମଉଡମଣୀ

ମଉଡମଣୀ

1 min
361


ନୀଳାଚଳ ଧାମ ବଡ଼ ଠାକୁର ସେ

     ତା ମୁଖେ ଶତ ଭାନୁ

ଲକ୍ଷେ ଶାଳଗ୍ରାମ ମଉଡମଣୀ ସେ

     ଜଗନ୍ନାଥ ନାମ ତେଣୁ l0l


ହସରେ ତାର ଭକତି ଝରେ

     ଦେଖିଲେ ହୃଦ କିଣେ

ଚାହାଣି ତାର ଅତି ମଧୁର

     ଅଲିଭା ଗାର ଟାଣେ

ନାଆଁରେ ତାର ଶୀତଳ ଜୋସ୍ନା

    ତୁଣ୍ଡରେ ଧରିଲେ ଥରେ

ତା ଭାବ ସଙ୍ଗେ ଭାବ ମିଶିଲେ

    ହୃଦ ବିକେ ତା ପୟରେ

ପାଞ୍ଚ ମନ ବନ୍ଦୀ ହୁଏ, ସଂସାରୁ ମୁକତି ପାଏ

   ତା ନାମ ଶୁଣୁ ଶୁଣୁ l1l


କୋଟି ସୁରୁଜ ତା ସମ ନୁହେଁ

    ତେଜରେ ମୁଖ ଝଲସେ

ସାତ ବ୍ରହ୍ମାଣ୍ଡ ଗଢ଼ିଛି ସିଏ

    ତା ପ୍ରେମେ ଜଗତ ରସେ

ଦେବ ମାନବେ ଯକ୍ଷ ରାକ୍ଷସେ

    ଖଟନ୍ତି ପାଦ ତଳେ

ମହିମା ତାର ଅତି ଗଭୀର

   ଭାବେ ଧରଇ କୋଳେ

ଭକତିରେ ବାନ୍ଧି ନିଏ, ସବୁ ପାପ ଧୋଇଦିଏ

    ତା ନାମ ଶୁଣୁ ଶୁଣୁ  l2l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract