ମତୁଆଲା ବାସ୍ନା
ମତୁଆଲା ବାସ୍ନା
ଆଜି ତମେ କୁହ
ତମକୁ ଆଉ ରାତି ର କାଳିମା ପସନ୍ଦ ନୁହେଁ
ସକାଳ ଟା କୁଆଡେ ତୁମ ପାଇଁ ଅଧିକା ସୁନ୍ଦର. ।
ମୋ ଗୋରା ଦେହେ ନାଲି କୁଙ୍କୁମ ଗାର
ଆଉ ତୁମକୁ ଭଲ ଲାଗେନା
ମୋ ବାସ ଆଉ ତୁମ ମନ ମୋହେନା।
ହେଲେ ତୁମଠୁ ଅଧିକ ଏବେ ମାେ ରାତି ନିଜର
ଅନ୍ଧାରେ ବଉଳେ ମୁଁ. ହଜାଏ ପରିଚୟ ମୋର
ପ୍ରିୟ ପ୍ରୀତି ପରଶ ରୁ ବଞ୍ଚିତ ହୋଇ
ସକାଳ ହେଲେ ମୁଁ ଯାଏ ମଉଳି ।
ଚଉଦିଗ ମତୁଆଲା ଏବେ, ମାେ ବାସ୍ନା ରେ ହୁଏ ବାଉଳି
ତଥାପି ଦୁନିଆ କୁହେ ମୋତେ
ଝରିବାକୁ ତୋର ଜନ୍ମ
ତୁ ପା ' ଝରା ଶେଫାଳୀ ।
