STORYMIRROR

Sunanda Mohanty

Abstract Tragedy

3  

Sunanda Mohanty

Abstract Tragedy

ମତେ ହସିବାକୁ ମନା

ମତେ ହସିବାକୁ ମନା

1 min
862

ଆକାଶକୁ ଦେଖି ଚମତ୍କାରେ 

ଘଡ଼ିଏ ଦେଖିଲେ 

ଘଡଘଡିରେ ଛାତି ଥରେ 

ଦିନ ହେଉ ବା ରାତି 

ମୋ ଭିତରେ ଅନ୍ଧାର ଜାମାଟ ବାନ୍ଧେ 

କାହିଁକି ପ୍ରଶ୍ନରେ 

କି ଉତ୍ତର ଦେବି, ଭାବି ମରେ 

ଟିକିଏ ବସିଲେ ସମୁଦ୍ର ବାଲୁକାରେ 

ଡୁବିଯାଏ ଭାବନା ଜଉଘରେ 

ଶାମୁକାରୁ ମୋତି 

ଘୋଡା ଆଉ ଓଟ ପେଟରେ ଓଦା କନା 

ଦେଇ ମଣିଷକୁ ଖୁସି ବାଂଟିଚାଲିଛନ୍ତି 

ଦେଖିଲେ ଥରେ ଛାତି 

ମତେ ହସିବାକୁ ମନା କରେ 

ଦୃଶ୍ୟ ପରେ ଦୃଶ୍ୟ ଯାଉଥାଏ ବିତି 

ଜଗନାଥଙ୍କୁ ଭେଟିଲେ 

କେତେ ପୁଣ୍ୟ କଲି ଭାବିଚାଲେ 

ତାଙ୍କ ଓଠରୁ ହସ ଧାରେ 

ମୋ ଭିତରେ ଲେଖେ କେ ଅଙ୍ଗାରେ 

ଲୁହ ଧାର ଧାରେ ମୁଁ ଓଦା ହୁଏ

ଭିତରେ ବାହାରେ 

ମୋ ଭାଗ୍ୟ ଵିଧାତା ହସୁଥାନ୍ତି 

ମୋ ଚିନ୍ତା ଚେତନା ଭିତରେ 

ଏମିତିକି ତାଙ୍କ ଚକା ଚକା ଆଖି ଭିତରେ 

ଓଁ ପରଂବ୍ରହ୍ମଙ୍କୁ ଖୋଜୁ ଖୋଜୁ 

ଧକ୍କା ଖାଏ ଅରୁଣ କେବେ ଗରୁଡ଼ ସ୍ତମ୍ଭରେ.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract