ମତେ ହସିବାକୁ ମନା
ମତେ ହସିବାକୁ ମନା
ଆକାଶକୁ ଦେଖି ଚମତ୍କାରେ
ଘଡ଼ିଏ ଦେଖିଲେ
ଘଡଘଡିରେ ଛାତି ଥରେ
ଦିନ ହେଉ ବା ରାତି
ମୋ ଭିତରେ ଅନ୍ଧାର ଜାମାଟ ବାନ୍ଧେ
କାହିଁକି ପ୍ରଶ୍ନରେ
କି ଉତ୍ତର ଦେବି, ଭାବି ମରେ
ଟିକିଏ ବସିଲେ ସମୁଦ୍ର ବାଲୁକାରେ
ଡୁବିଯାଏ ଭାବନା ଜଉଘରେ
ଶାମୁକାରୁ ମୋତି
ଘୋଡା ଆଉ ଓଟ ପେଟରେ ଓଦା କନା
ଦେଇ ମଣିଷକୁ ଖୁସି ବାଂଟିଚାଲିଛନ୍ତି
ଦେଖିଲେ ଥରେ ଛାତି
ମତେ ହସିବାକୁ ମନା କରେ
ଦୃଶ୍ୟ ପରେ ଦୃଶ୍ୟ ଯାଉଥାଏ ବିତି
ଜଗନାଥଙ୍କୁ ଭେଟିଲେ
କେତେ ପୁଣ୍ୟ କଲି ଭାବିଚାଲେ
ତାଙ୍କ ଓଠରୁ ହସ ଧାରେ
ମୋ ଭିତରେ ଲେଖେ କେ ଅଙ୍ଗାରେ
ଲୁହ ଧାର ଧାରେ ମୁଁ ଓଦା ହୁଏ
ଭିତରେ ବାହାରେ
ମୋ ଭାଗ୍ୟ ଵିଧାତା ହସୁଥାନ୍ତି
ମୋ ଚିନ୍ତା ଚେତନା ଭିତରେ
ଏମିତିକି ତାଙ୍କ ଚକା ଚକା ଆଖି ଭିତରେ
ଓଁ ପରଂବ୍ରହ୍ମଙ୍କୁ ଖୋଜୁ ଖୋଜୁ
ଧକ୍କା ଖାଏ ଅରୁଣ କେବେ ଗରୁଡ଼ ସ୍ତମ୍ଭରେ.