STORYMIRROR

Banabihari Mishra

Abstract

2  

Banabihari Mishra

Abstract

ମଶା

ମଶା

1 min
257

କିଏ ସେ କହିଛି    ମଶାଗୁଡାଙ୍କର

     ଜମା ବୁଦ୍ଧି ନାହିଁ ମୁଣ୍ଡରେ

ପଙ୍ଖା ଚଲେଇକି    ଶୋଇଲା ପରେ ବି

     କାମୁଡନ୍ତି କେଡ଼େ ଖଞ୍ଜରେ

ପଙ୍ଖା ପବନରେ    କାଳେ ଉଡିଯିବେ

     ଭୁଇଁରେ ଚାଲିକି ଆସନ୍ତି

ଧୀରେ ବିଛଣାରେ    ଚଢି କାମୁଡିକି

      ଭାରି କଲବଲ କରନ୍ତି

ମଶାରି ଟାଣିକି      ଶୋଇଲା ପରେ ବି

      ମଶାରି କଡରେ ଜଗନ୍ତି

ମଶାରିରେ ଯଦି     ଦେହ ଲାଗିଯାଏ

      ସେଇଠୁ ରକତ ଶୋଷନ୍ତି

ମଶାଙ୍କ ପାଇଁକି      ଧୂଆଁ ଯଦି ଦିଅ

      ସନ୍ଧି ଦେଖି ଛପିଯାଆନ୍ତି

ଧୂଆଁର ପ୍ରଭାବ      କମିଗଲା ପରେ

      ପୁଣି ଆକ୍ରମଣ କରନ୍ତି

ଦେହରେ ବସିକି     କାମୁଡିଲା ବେଳେ

      ମାରିବାକୁ ଯଦି ବସିବ

ମଶା ଉଡିଯିବେ     ନିଜର ଦେହରେ

      ଚାପୁଡାଟା ଖାଲି ବାଜିବ

ମଶାଧୂପଗୁଡା      ଆଜିକାଲି ଆଉ

      ଜମାହେଲେ କାମ କରୁନି

ମଶାଙ୍କର କାଳେ     ପ୍ରତିରୋଧ ଶକ୍ତି

      ଧୂପ ପାଇଁ ବଢିଗଲାଣି

ମଣିଷ ଜାତିର      ବଡ ଶତ୍ରୁ ଭାବେ

      ମଶା ଆଉ ମାଛି ଜାଣିବା

ମଶାଙ୍କ ଦାଉରୁ      ବଞ୍ଚିବା ପାଇଁକି

‌      ପରିବେଶ ସଫା ରଖିବା

ଡେଙ୍ଗୁ ମାଲେରିଆ    ବାତଜ୍ବର ପରି

      ବହୁ ମାରାତ୍ମକ ବେମାରୀ

ମଶା ଯୋଗୁଁ ବ୍ୟାପେ   ମନରେ ରଖିବା

      କେବେହେଁ ନଯିବା ପାଶୋରି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract