STORYMIRROR

Debabrata Mishra

Abstract Action Classics

3  

Debabrata Mishra

Abstract Action Classics

ମର୍ଯ୍ୟାଦାପୁରୁଷ

ମର୍ଯ୍ୟାଦାପୁରୁଷ

1 min
122


ଶକ୍ତି ଯାହାଙ୍କ ପୟରେ ହୁଏ ନତମସ୍ତକ

ଜ୍ଞାନ ନିଜେ ଶିଷ୍ୟ ସାଜିବାକୁ ଆସେ ଯାହାର ସମୀପେ

ଚଳିବାକୁ ଲୋଡ଼ନ୍ତି ବି ଯାହାଠୁ ଅନୁମତି ନିଶ୍ୱାସ-ପ୍ରଶ୍ୱାସ

ଯାହା ଶରୀରେ ସମାହିତ ଧରିତ୍ରୀ-ପାତାଳ-ଆକାଶ

ସେ ପୁରୁଷୋତ୍ତମ ସର୍ବଶ୍ରେଷ୍ଠ ମର୍ଯ୍ୟାଦାପୁରୁଷ ।


ଯେ ଈତିହାସ, ବର୍ତ୍ତମାନ ଓ ଭବିଷ୍ଯତଠାରୁ ଉର୍ଦ୍ଧ୍ବରେ

ଯାହା ନାମ ଶ୍ରବଣେ ଉଚ୍ଚାରଣେ ସାରାଜଗତ ପବିତ୍ର

କର୍ତ୍ତବ୍ୟ ଓ ଶୃଙ୍ଖଳା ଯାହାଠାରୁ ନେଇଛି ଜନ୍ମ

ତାଙ୍କ ଦର୍ଶନ ମାତ୍ରେ ମନେ ହୁଏ ଶାନ୍ତିପୂର୍ଣ୍ଣ

ଜୀବନର ଜଟିଳତାକୁ ପାର ପାଇଁ ଜାତ ହୁଏ ସାହସ

ସେ ହିଁ ଆଶା, ଭରସା, ବିଶ୍ବାସ ଓ ଆତ୍ମବିଶ୍ୱାସ

ସେ ପରମପବିତ୍ର ଦେବତା ଶ୍ରୀରାମ ମର୍ଯ୍ୟାଦାପୁରୁଷ ।


ଯେ ମହାବୀର ମହାଶକ୍ତିର ଆଧାର ପୁଣି ନମ୍ରତା ପ୍ରତୀକ

ଯେ ରାଜା କିନ୍ତୁ ନୁହନ୍ତି ଶାସକ ସେ ପ୍ରଜାବତ୍ସଳ ପ୍ରଜାପାଳକ

କୋଟିକୋଟି ଜନମନର ଯେ ଆଦର୍ଶ

ଯାହାଙ୍କ ପାଇଁ ନୀତି, ନିୟମ ପ୍ରାଣଠାରୁ ଶ୍ରେଷ୍ଠ

ସଂକଳ୍ପ, ପ୍ରତିଜ୍ଞା, ଶପଥର ସେ ହିଁ ପ୍ରକୃତ ଅର୍ଥ

ଯାହାଙ୍କ ଲାଗି ଏହି ବିଶ୍ୱର ସର୍ଜନା 

ଯେ କରିପାରନ୍ତି ଅନାୟାସେ କ୍ରୁର ରାକ୍ଷସ ବିନାଶ

ସେ ମହାନ୍ ପରମ ପିତାଭକ୍ତ ପୁତ୍ର ମର୍ଯ୍ୟାଦାପୁରୁଷ। 




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract