STORYMIRROR

Laxmipriya Sahu

Thriller

3  

Laxmipriya Sahu

Thriller

ମରୁଭୂମି

ମରୁଭୂମି

1 min
195


ହେ ଓଡ଼ିଆଭାଷା ରକ୍ଷାକର୍ତ୍ତା ଜନ୍ମନିଅ

ଆଉ ଥରେ ଓଡିଶା ଭୂମିରେ ଜନ୍ମ ନିଅ

ଆଜି ମରୁଭୂମି ପାଲଟିଛି ତୁମ ଭୂମି

ତୁମ ଉତ୍ତର ପୁରୁଷ ଓଡ଼ିଆ ଭୁଲି

ଇଂରାଜୀ କହୁଛି 

ନିଜକୁ ଶିକ୍ଷିତ ବୋଲି ଦେଖେଇ ହଉଛି

ହେ ରାଧାନାଥ ଚିଲିକା, କେଦାର ଗୌରୀ

ପୁଣି ଥରେ ଲେଖ

ଉତ୍କଳର ପ୍ରକୃତି ଚିତ୍ରଣ କର 

ହେ ଗଙ୍ଗାଧର କୀଚକବଧ,ଉତ୍କଳଲଷ୍ମୀ

ଆଉଥରେ ଲୋଡ଼ିଦିଅ

ହେ ଫକୀରମୋହନ ଭାଷା ବିଲୋପ

ଆନ୍ଦୋଳନ କର 

ବୋଧଦାୟୀନି ସଂବାଦବାହିକା ପ୍ରକାଶ କର

ହେ କର୍ମବୀର ଉତ୍କଳପ୍ରିଣ୍ଟିଂ ର

ଉତ୍କଳ ଦୀପିକା ଜାଗରଣ ସୃଷ୍ଟି କରୁ

ହେ ଭକ୍ତକବି ତୁମ କବିତା

ପରମାଆର୍ଥୀ ଶକ୍ତି କୁ ଉପଲବ୍ଧି କରାଉ

ଧୂନି ସ୍ଥାପନ କରି ସମାଜର ଅଳିଆକୁ

ଭସ୍ମ କର ଭୀମ ଭୋଇ

ଏହାରି ଭିତରେ ଷ୍ଟୋରୀମୀରର ଆମ 

ମରୁଭୂମି ର ଜଳଝର ସାଜିଛି

ଓଡ଼ିଆଙ୍କୁ ଓଡ଼ିଆଭାଷା ମନେପକେଇ

ଲେଖକଙ୍କ ହାତରେ କଲମ ଧରାଉଛି.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Thriller