ମରୁଭୂମି
ମରୁଭୂମି
ମରୁଭୂମି ସମ ଜୀବନଟା ମୋର
ବାଲିର ପାହାଡ଼େ ହୋଇଛି ଠିଆ
ଧୂଳିଝଡ ଆସି ଉଡାଇନେବ
ସେ ବଡ ଅମାନିଆ।
ଜୀବନ ଯୁଦ୍ଧରେ ହାରିଗଲାପରେ
କେତେ ଦିନ ରଖିବ ଏ ଧରା।
ଜୀବନଟା ମୋର ତୁଛ ଲାଗିଲାଣି
ମରୁଭୂମି ୟାଠୁ ଭଲ।
କିଛି ନ ହେଲେ ବାଲିଗଦାତ ଦିନେ କୋଳେଇ ନବ
ଭୋକ,ଶୋଷର ଜ୍ଜାଳା ମେଣ୍ଟାଇବାକୁ କାହାକୁ କହିବ।
ଲମ୍ବା ଜୀବନରେ ସାଥୀଟିଏ ଲୋଡା।
ମୂକ ନୁହଁ ଯେ ମଉନେ ସମୟ କାଟିବ।
ଧନ ଦଉଲତ ସମସ୍ତଙ୍କ ଲୋଡା
ବୋକଚାବୁହା ତମେ ମରୁଭୂମି ଓଟ ସମ।
