ମୃତ୍ୟୁ
ମୃତ୍ୟୁ
ମୃତ୍ୟୁ ତ ଅକାଟ୍ୟ ସତ ,
ଜନ୍ମ ଭଳି ଏତ ଚିରାଚରିତ;
ତୁମେ ବୁଝ କି ନବୁଝ
ଶେଷ ବେଳେ ଦେବ ବଢ଼େଇ ହାତ ।।
ଚିପୁଡ଼ି ଦିଅ ଜୀବନ ର ସବୁ
ମାନ ଅଭିମାନ, ସ୍ନେହ ସରାଗ,
ଦୁଃଖ ସୁଖ, ପାପ ପୁଣ୍ୟ, ଲାଭ କ୍ଷତି
ଯାହା ନିଗିଡି ଯିବ ସବୁ ଶୂନ୍ୟତା ।।
ଯାହା ହାତମୁଠା ରେ ଛାଣି ହୋଇ ରହିବ ,
ପୁରା ଯାତ୍ରା ର ସ୍ମୃତି
ମନ ବୁଝେନି
କାହାକୁ ହରେଇ ଦେବା କଣ ଏତେ ସହଜ ?
ରକ୍ତ ମାଂସର ଶରୀର କେତେ ଆପଣାର ,
ଇଛା ବିରୁଦ୍ଧ ରେ ତୁମେ ଛଡେଇ ନିଅ ନିଜଠୁ ;
ମୃତ୍ୟୁ ତ ଆସେ ମାତ୍ର
ମରିଯାନ୍ତି ସମ୍ପର୍କ ସବୁ ଅଣନିଶ୍ୱାସୀ ହେଇ ।।
ପାରିବ କି ହେ ବିଶ୍ୱ ନିୟନ୍ତା ,
ମୋ ମନରେ ଥିବା ଲକ୍ଷେ ପ୍ରଶ୍ନର ଉତ୍ତର ଦେଇ ?
ମୁଁ କାହିଁକି କାହାପାଇଁ ବଞ୍ଚିଛି ଏଠି
କିଏ ମୋର ନିଜର ଆଉ
ମୁଁ କା'ର ନିଜର ।।
ଏ ଜୀବନ ବଂଚିବା କଷ୍ଟ ,
ସେ ମୃତ୍ୟୁ ଅପେକ୍ଷା
ପାରୁଛ ଯଦି ମୋର କିଛି
ଆରମ୍ଭ ଶେଷର ବିଚାର କର ହେ ବିଚିତ୍ରକର୍ମା ସୂତ୍ରଧର ।।