STORYMIRROR

Prafulla Chandra Mishra

Thriller

3  

Prafulla Chandra Mishra

Thriller

ମୃତ୍ୟୁ

ମୃତ୍ୟୁ

1 min
266

ବାଛିନିଏ କଞ୍ଚା ରଖଇ ପାଚିଲା ଦିଅଇ ଦାରୁଣ ଦୁଃଖ

ବେଳ କି ଅବେଳ ନବୁଝଇ କାଳ ନଜାଣଇଁ ଦୁଃଖ,ସୁଖ ।।

ଜନମ ର ପଛେ ପଛେ ଛାଇପରି ଲାଗି କରି ରହିଥାଏ

ଆସେ ଅକସ୍ମାତ୍ ଅଜଣା ହଠାତ୍ ଆଗେ ଆସି ଠିଆ ହୁଏ ।।


ଚିତ୍ର ଗୁପ୍ତ ପାଞ୍ଜି ରଖିଥାଏ ଖଞ୍ଜି ସମୟ କୁ ଗଣି ଗଣି

କାଳଫାଶ ଗଳେ ଗଳାଇ ଅଚିରେ ନେଇଯାଇଥାଏ ଟାଣି ।।

କେହି ରହି ନାହିଁ ରହିବେ ନାହିଁଟି ନର ରୂପି ନାରାୟଣ

ଦିନେ ନା ଦିନେ ସେ କାଳର କରାଳ ଗରଭେ ହୋଇବେ ଲୀନ ।।


ଜନମ କାଳରେ ବିହି କପାଳରେ ଯାହା କରିଛି ନିହିତ

ଠିକ୍ ବେଳେ ତାହା ଅବଶ୍ୟ ଫଳିବ ବେଳ ହେଲେ ଉପଗତ ।।

ମୃତ୍ୟୁ ତାରନାମ ଜମଦୂତ ସମ ପବନେ ବିଚରେ ସିଏ

ତୋ ପ୍ରାଣ ପବନ ମିଳେଇ ଯିବରେ ଜୀବଯେବେ ଛାଡିଯାଏ ।।


ଜୀବ ପରମ ର ଅପୂର୍ବ ମିଳନ ପଞ୍ଚଭୂତେ ତୋର କାୟା

ଛାୟାସମ ଜୀବ ପବନ ସହିତ ଲଗାଇଛି ଭବ ମାୟା ।।

ଏ ମାୟା ବନ୍ଧନେ ଭୁଲି ଯାଉଛୁକି ମୃତ୍ୟୁ ଦୂତ ଅଛି ବୋଲି

କାହିଁକି ବଡେଇ କେତେ ବା ଆୟୁଷ ଯାଉଅଛୁ କିଆଁ ଭୁଲି ।।


ଭୂମଣ୍ଡଳୁ ଜଳ ଶୋଷିନେଇ ସୂର୍ଯ୍ୟ ମେଘମାଳା ସୃଜି ଦେଇ

ରୁତୁ ଚକ୍ରେ ବର-ଷାର ଧାରା ପରି ଜୀବନ ଚକ୍ର ଚାଲଇ ।।

ମୃତ୍ୟୁର ବିଚାର ପ୍ରଫୁଲ୍ଲ କବିତା ପଣ୍ଡିତେ ମନକୁ ଆଣ

ଟାକି ସେ ଅନିଶା ରଖିଛି ନିରତେ କାହିଁକି ବା ଏତେ ଟାଣ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Thriller