ମୃତ୍ୟୁ
ମୃତ୍ୟୁ
ମୃତ୍ୟୁ ଆସେ ନିଃଶବ୍ଦର ଦୀପ ଜାଳି
ବୁକୁ ଫଟା କ୍ରନ୍ଦନ ନେଇ ଅନନ୍ତ ଆକାଶର ଛାତି ଚିରି
ନବା ପାଇଁ କେଉଁ ଶରୀରର ଆତ୍ମାଟିକୁ
ନେଇ ଯାଇ ଦିଏ ,ସତ୍ୟ ଏ ମିଛ ଦୁନିଆର
ମୃତ୍ୟୁର ନଥାଏ,ଛୁଆଁ ଅଛୁଆଁ ଭେଦଭାବ
ଦେଖିବାକୁ ସେ ଏକ ଗାଢ଼ ନିଦ
ଜୀବନର ଏ ସତ୍ୟକୁ ସଭିଙ୍କର ଥାଏ ଭୟ
ଦେଖି ତାକୁ ପାଖରେ ମଣିଷ ହୁଏ ,ଅଥୟ
କେତେ କାଳୁ ଚାଲିଛି ,ଜନ୍ମ ମୃତ୍ୟୁର ଏ ଖେଳ
ମଣିଷ ଆଉ ମୃତ୍ୟୁର ଏ ଖେଳରେ ମୃତ୍ୟୁ
ହୁଏ ଜୟ ଆଉ ମଣିଷ ହାରି କହି ଉଠେ
ମୃତ୍ୟୁ ହିଁ ଏ ସଂସାରର ଚିରନ୍ତନ ସତ୍ୟ