STORYMIRROR

Sudhir Kumar Panda

Abstract

3  

Sudhir Kumar Panda

Abstract

ମୃତ୍ୟୁ

ମୃତ୍ୟୁ

1 min
160

ଜୀବନର ଗୀତି ଅଭୂଲା ଚଇତି ସବୁ ଯାଏ ସରି ସରି

ହସ ଖେଳ ଦିନ ଅଳୀକ ଜୀବନ ସବୁ ଲାଗେ ସ୍ବପ୍ନ ପରି

ଜୀବନ ସୁରଭି ବାସନା ହରାଏ ହୋଇଯାଏ ଫିକା ଫିକା

ଏ ମହା ଯାତ୍ରାର ବେଳ ସରିଗଲେ ମୃତ୍ୟୁ ଆସେ ଏକା ଏକା


ଜନମର ଠାରୁ ମରଣର ଯାଏଁ ଗୋଟିଏ ଜୀବନ ବିତେ

କାହାର ଜୀବନ ଅସମୟେ ଖସେ କାହାର ସମୟେ ଆସେ

ନିୟତିର ଖେଳ ବଡ ସେ ବିଚିତ୍ର କିଏ ନ ପାରଇ ଜାଣି

କିପରି ଭାବରେ ଜୀବନଟେ ଆସି ମରଣକୁ ନିଏ ଟାଣି


କେତେ ଯେ ହୁଂକାର କେତେ ବା ଟଙ୍କାର ପାରେ ନାହିଁ ତାକୁ ରୋକି

ସମସ୍ତଙ୍କଠାରୁ ସିଏ ବଳବାନ ତାହାଠୁ' ବଳି କିଏ କି

କ୍ଷଣିକ ସପନ ଅଳିକ ଜୀବନ ମୃତ୍ୟୁ ସାଗରେ ହଜେ

ଦର୍ପ ଅହମିକା ଗର୍ବ ସବୁ ମାଟି ପାଉଁସ ତଳରେ ମଜ୍ଜେ


ଗୋଟିଏ ଜୀବନ କରିଲେ ସାର୍ଥକ ମରଣ ଯେବେ ବି ଛୁଏଁ

ସ୍ଥିତି ଗଲାପରେ ସତ୍ କର୍ମ ତା'ର ଅମର ହୋଇକି ଜିଏଁ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhir Kumar Panda

Similar oriya poem from Abstract