ମୃତ୍ୟୁ ତୁମେ ବଳୀୟାନ
ମୃତ୍ୟୁ ତୁମେ ବଳୀୟାନ
ତୁମରି ହାତର ଶୀତଳ ପରଶ
ଛୁଇଁଲେ ଜୀବ ଶରୀର
ଆଉ ସେ ଉଠିବା ଦେଖି ନାହିଁ କେହି
ପଡ଼ିଯାଏ ହା ହା କାର l
ଫୁଲ ପରି ଜୀବନକୁ କଣ୍ଟା ବୋଝ
ଭାବି ଭାବି ପ୍ରାଣୀ ଡରେ
ଜଣାପଡେ ନାହିଁ କେତେବେଳେ ଆସି
ପହଞ୍ଚି ଯାଅ ପାଖରେ l
ଯେତେ ଦମ୍ଭ, ଗର୍ବ, ମାନ, ଅଭିମାନ
ସବୁ ହୋଇଯାଏ ଶେଷ
ମଶାଣି ଯୁଇରେ ଜଳି ପୋଡି ସବୁ
ହୁଏ ମୁଠାଏ ପାଉଁଶ l
ଧନୀ କି ଗରୀବ ସୁଖୀ ଅବା ଦୁଃଖୀ
ତୁମେ କିଛି ଦେଖିନାହିଁ
ଏଇ ସଂସାରରେ ତୁମରି ଅପେକ୍ଷା
କିଏ ବଳୀୟାନ କୁହ ?