STORYMIRROR

Chinmaya Kumar Nayak

Inspirational

4  

Chinmaya Kumar Nayak

Inspirational

ମୃତ୍ୟୁ ପଥର ଯାତ୍ରୀ

ମୃତ୍ୟୁ ପଥର ଯାତ୍ରୀ

1 min
175

ମୃତ୍ୟୁପଥର ଯାତ୍ରୀଟେ ପରି

ଯାତ୍ରା କରେ ମୁଁ ଧୀରେଧୀରେ

ମୃତ୍ୟୁ ମୋହର ଶେଷ ବତୀଖୁଣ୍ଟ

ଅନୁୁୁସରି ଚାଲେ ନିରବରେ ।।


ପୂର୍ବାହ୍ନ ବେଳ କେବେଠୁ ଗଲାଣି

ମଧ୍ୟ୍ୟାହ୍ନ ଆସି ଉପନୀତ

ଘୋର କାଳରାତ୍ରୀ କାବୁ କରିିନେବ

ଏହା ସତ୍ୟ ସର୍ବେ ଅବଗତ

ଯାତ୍ରା ଜୀବନର ଚାଲିବ ଏମିିିତି

ଶେଷ ହେବ ବେଳ ବୁଡ଼ି ଗଲେ

ମୃତ୍ୟୁ ମୋହର .......


ମାଆର ସୁବର୍ଣ୍ଣ ଜଠର ଗୃହରୁ

ଦୁନିଆକୁ ଦିନେ ଆସିଥିିିଲି

ସଂସାରର ଏ ତରୁଣ ଆଲୋକେ

ଚମକି ମୁଁ ଆଖି ବୁଝିଥିଲି

ଗଭୀର ଆସ୍ଥାରେ ତୁଟିଗଲା ଭୟ

ସ୍ନେହବୋଳା ତାର ଚାହାଣୀରେ

ମୃତ୍ୟୁ ମୋହର .......


ଶୈଶବର ସେ ଖିଆଲି ବୟସ

ଚାହୁଁ ଚାହୁଁ ଦିନେ ଗଲା ସରି,

ସଂସାରର ଏ ଅଦ୍ଭୂତ ନିୟମ

ଗଲା ଚିଜ ଆସେ ନାହିଁ ଫେରି। 

ବାଟେ ଚାଲୁ ଚାଲୁ ଅତୀତର ସ୍ମୃତି

କେବେ କେବେ ପାଦ ଟାଣି ଧରେ,

ମୃତ୍ୟୁ ମୋହର.......


ହେତୁ ପାଇବାଠୁ ଆଜି ଯାଏଁ କେତେ

ଜନ୍ମ ମରଣ ଦେଖିଅଛି,

ସୂର୍ଯ୍ୟୋଦୟ ହୋଇ ସୂର୍ଯ୍ୟାସ୍ତ ନହେବା

କେବେ ଏପରି କି ଘଟିଅଛି !

ମିଛ ଅଭିନୟ ନିଶ୍ଚେ ଶେଷ ହେବ 

ମଞ୍ଚର ପରଦା ପଡ଼ିଗଲେ,

ମୃତ୍ୟୁ ମୋହର........


ସୂରୁଜର ଅସ୍ତ ହୋଇବା ଆଗରୁ

ଅନ୍ଧାର ବି କେବେ ଆସିପାରେ

ମଧ୍ୟାହ୍ନର ତୀବ୍ର ଆଲୋକ ଶିଖା ବି

କୃଷ୍ଣ ମେଘ ତଳେ ଲୁଚିପାରେ। 

ସମୟ କା'ପାଇଁ ପୁଷମାସ ସାଜେ

କାହାର ବା ସର୍ବନାଶ କରେ,

ମୃତ୍ୟୁ ମୋହର .......


ଜନ୍ମ ମୃତ୍ୟୁ ଯଦି ପୂର୍ବ ନିର୍ଦ୍ଧାରିତ

ମୃତ୍ୟୁ ପାଇଁ ଏତେ ଭୟ କାହିଁ,

ସ୍ୱକର୍ତ୍ତବ୍ୟ ଆମ କରି ଚାଲିଥିବା

ମହାସତ୍ତାଙ୍କର ଗୁଣ ଗାଇ

ନିର୍ଦ୍ଦେଶକ ନିର୍ଦ୍ଦେଶନାରେ

ଚାଲିଥିବ ଯାତ୍ରା ଏ ମଞ୍ଚରେ

ମୃତ୍ୟୁ ମୋହର.....



Rate this content
Log in

Similar oriya poem from Inspirational