STORYMIRROR

Trushna Das

Tragedy

3  

Trushna Das

Tragedy

ମୃତ୍ୟୁ ମୋତେ ଡାକୁଛି ହାତ ଠାରି

ମୃତ୍ୟୁ ମୋତେ ଡାକୁଛି ହାତ ଠାରି

1 min
221

ମୃତ୍ୟୁ ମୋତେ ଡାକୁଛି ହାତ ଠାରି 

ଦିନ ପରେ ଦିନ ଯାଉଛି ଗଡି

କହୁଛି ପାଖକୁ ଆ ନ କରି ଡେରି 

ପଚାରୁଛି କାହିଁକି ତୁ ଡରି ମୋତେ ଯାଉଛୁ ଏତେ ଥରି।। 


ମୃତ୍ୟୁ ମୋତେ ଡାକୁଛି ହାତ ଠାରି 

ହାତ ସ୍ନେହରେ ମେଳାଇଛି ମାଆ ପରି

କହୁଛି ଏଇଠି ନୁହନ୍ତି କେହି କାହାରି 

ନ ଡରି ମୋ କୋଳକୁ ପଳେଇଆ ସବୁ ଦିନ ପାଇଁ ଶୁଆଇ ଦେବି ତୋତେ ଗେଲ୍ହ କରି।।


ମୃତ୍ୟୁ ମୋତେ ଡାକୁଛି ହାତ ଠାରି 

କହୁଛି ଏଇଠି ସବୁ ମିଛ.... ନୁହଁ ସତ କିଛି 

ଜନ୍ମ ପରି ସେ ଏକା ଚିରନ୍ତ ସତ୍ୟ 

ତାକୁ ଆପଣାଇଲେ ସେ କରିବନି କେବେ ପର।। 


ମୃତ୍ୟୁ ମୋତେ ଡାକୁଛି ହାତ ଠାରି

କହୁଛି କିଆଁ ବଶୀଭୂତ ହୋଇଛୁ ମହମାୟାରେ ଏଠି

ସବୁ ସ୍ୱାର୍ଥପରରେ ଏ ଇହଧାମ ଭର୍ତ୍ତି 

ସ୍ୱାର୍ଥ ହାସଲ ପରେ ବହୁ ଦୂର ପଳାଇବେ ତୋତେ ପର କରି।। 


ମୃତ୍ୟୁ ମୋତେ ଡାକୁଛି ହାତ ଠାରି 

କହୁଛି ଚୁପ୍ ଚୁପ୍ ମୋ କାନରେ ଆସି

ହୋଇବ ସେ ମୋ ସାଥୀ ବୋଲି 

ଜୀବନର ସତ୍ୟତା ମୋତେ ଜଣାଇ।। 


ମୃତ୍ୟୁ ମୋତେ ଡାକୁଛି ହାତ ଠାରି 

କହୁଛି ଇହଧାମରେ ନର୍କ କଷ୍ଟ ନ ସହି

ଚାଲେ ବସିବୁ ବୈକୁଣ୍ଠ ପୁରେ ଯାଇ

ସବୁ ସପନ ହେବ ପୂରଣ ସ୍ୱର୍ଗ ସୁଖ ପାଇ।।


ମୃତ୍ୟୁ ମୋତେ ଡାକୁଛି ହାତ ଠାରି 

କହୁଛି ଯେ ଆଜି ଖେଳୁଛି ମୃତ୍ୟୁର ତାଣ୍ଡବଲୀଳା ସବୁଠି

ସମସ୍ତଙ୍କୁ ଜଣାଇ ଦେଉଛି 

ଜୀବନରେ ତାର ଅସ୍ଥିତ୍ୱ ଯେ କେତେ ବେଶୀ।। 


ଜୀବନ ବି ଧକ୍କା ନିରାଶାରେ ଯାଉଛି ଗଡି

ବେଳେ ବେଳେ ମୃତ୍ୟୁର କଥା ସତ ଲାଗଇ

ହେଲେ ତାକୁ କରି ହୁଏ ନାହିଁ ଆପଣାର 

କାରଣ ଅନ୍ୟର ଭୁଲ ପାଇଁ ଜନ୍ମ କରିଥିବା ବାପା ମାଆଙ୍କୁ

କଣ ପାଇଁ ଦେବି ଏତେ ବଡ କଷ୍ଟ

ସନ୍ତାନ ବିଚ୍ଛେଦର ଦୁଃଖ।।


ମୃତ୍ୟୁ ମୋତେ ଡାକୁଛି ହାତ ଠାରି 

କହୁଛି ପଳାଇ ଆ କାହା କଥା ନ ଭାବି

କେମିତି ତାକୁ ମୁଁ ବୁଝାଇ

ଜଣଙ୍କର ଛଳନା ବଞ୍ଚିବାକୁ ଦେଉ ନାହିଁ 

କି ନିଜର କର୍ତ୍ତବ୍ୟ ମରିବାକୁ ଦେଉ ନାହିଁ।। 


ମୃତ୍ୟୁ ମୋତେ ଡାକୁଛି ହାତ ଠାରି 

ହେଲେ ମୁଁ ବି ନେଇଛି ପ୍ରତିଶ୍ରୁତି 

ଜୀବନରେ ସିନା ମୁଁ ଯାଇଛି ହାରି

ହେଲେ ବଞ୍ଚି କି ଦେଖେଇବି ଜନ୍ମ କରିଥିବା ବାପ ମାଆଙ୍କ ପାଇଁ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy