Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

S Nayak 😊

Abstract Classics Inspirational

4  

S Nayak 😊

Abstract Classics Inspirational

ମୃତ୍ୟୁ ଭଉଁରୀ

ମୃତ୍ୟୁ ଭଉଁରୀ

1 min
531


ଭଉଁରୀ ଟେ ପରି, ଜୀବନ ର ସ୍ପର୍ଦ୍ଧା

ପ୍ରତି କ୍ଷଣେ, ମୃତ୍ୟୁ ଭଉଁରୀ ରେ ଛନ୍ଦା ।


କାଳ ର ଦର୍ପେ, ଏ ଜୀବନ ସୂତା ଖିଅ

ଜୀବନ ଚକ୍ର ରେ, ମୃତ୍ୟୁ ଯେ ଅଜୟ ।


ଅବାଞ୍ଛିତ ଜୀବନେ ଅପ୍ରୀତିକର ସମ୍ପର୍କ

ନିତ୍ୟ ଆନ୍ଦୋଳିତ ସ୍ଵାର୍ଥ ପ୍ରତି ସର୍ବତ୍ର ।


ତଥାପି ଜୀବନେ ବିରଳ ବିଷାଦ ଭାବ

ସ୍ଵଳ୍ପେ ସନ୍ତୁଷ୍ଟ ନୁହେ ସର୍ବ ଙ୍କ ସ୍ଵଭାବ ।


ଭଉଁରୀ ଟେ ପରି, ଜୀବନ ର ସ୍ପର୍ଦ୍ଧା

ପ୍ରତି କ୍ଷଣେ, ମୃତ୍ୟୁ ଭଉଁରୀ ରେ ଛନ୍ଦା ।


ଭାବ ଅଭାବ ର ଅଭିଳାଷ ନେଇ

ମନ କୁ ଅସ୍ଥିର ବିବେକ ଶୂନ୍ୟ ରହି ।


ସମୟ ବିତି ଯାଏ ଧୀରେ ଧୀରେ

ହାର ଜିତ ର ସେ ତୀବ୍ର ଦୌଡରେ ।


ଶେଷ ପର୍ଯ୍ୟାୟ ରେ ଆପଣେଇ ନିଅନ୍ତି

କାଳ ରୂପକ ସତ୍ୟ କୁ ନିଜେ ଗ୍ରହଣନ୍ତି ।


ଭଉଁରୀ ଟେ ପରି, ଜୀବନ ର ସ୍ପର୍ଦ୍ଧା

ପ୍ରତି କ୍ଷଣେ, ମୃତ୍ୟୁ ଭଉଁରୀ ରେ ଛନ୍ଦା। ।


Rate this content
Log in

Similar oriya poem from Abstract