STORYMIRROR

Aishwarya Mishra

Tragedy

3  

Aishwarya Mishra

Tragedy

ମୃତବିବାହ

ମୃତବିବାହ

1 min
272


ବିବାହ ବେଦୀରେ ହୋମ ନିଆଁ ସହ

ପୋଡ଼ି ହୋଇଯାଇଥିଲା

ନବବଧୂର ଅସୁମାରୀ ଆଶା ଓ ଆକାଂକ୍ଷା


ପବିତ୍ର ବେଦମନ୍ତ୍ରର ଧ୍ଵନୀ ସାଙ୍ଗକୁ

ସମାନ୍ତର ଭାବେ ଶୁଣାଯାଉଥିଲା 

ଏକ ଅବଶ ପିତାର ଆତୁର କ୍ରନ୍ଦନ ସ୍ବର


ସୌଦାଗର ସାଜି ବରଟି 

ଯୌତୁକ ବଜାରରେ ପାଲଟିଛି

ଏକ ନିର୍ଜୀବ ନିଲାମ ସାମଗ୍ରୀ


ମେହେନ୍ଦୀର ଗାଢ ରଙ୍ଗ ସହ

ଧୀରେ ଧୀରେ ଗାଢ ହୋଇ ହୋଇ ଯାଉଛି

ଅମାବାସ୍ୟାର ଘନ ଅନ୍ଧକାର

ନିରୀହ ଝିଅଟିର ନୀରବ ରାତ୍ରୀ ଆକାଶରେ


ନାହିଁ ସେଠି ସଂପର୍କର ପୂର୍ଣ୍ଣତା

ବିବାହର ଅନାବିଳ ଆତ୍ମୀୟତା

ମଥାରେ ଝଟକୁଥିବା ସିନ୍ଦୂରର ଲାଲ୍ ରଙ୍ଗ 

ରକ୍ତିମ ଆଭାରେ କେବଳ କ୍ଷତାକ୍ତ କରିନି

ତା'ର ମନକୁ

କିନ୍ତୁ ଏହା ସମ୍ପ୍ରସାରିତ ତା' ହୃଦୟ ଠାରୁ 

ଆତ୍ମା ପର୍ଯ୍ୟନ୍ତ


ମୃତ ବିବାହର ବୋଝ ତଳେ

ଚାପି ହୋଇ

ଶତଧା ମୃତ୍ୟୁ ଲାଭ କରୁଛି

ଆଉ ଏକ ନିଷ୍ପାପ ହୃଦୟ


ତଥାପି ;


ଓଠରୁ ଲିଭିନି ତା'ର ମିଛ ହସର ଧାର

ମଥାରେ ଆଜି ବି ଝଟକୁଛି ସେ ଲାଲ୍ ସିନ୍ଦୂର


Rate this content
Log in

Similar oriya poem from Tragedy