ମୃୃୃୃୃୃୃୃୃୃୃତ୍ଯୁ
ମୃୃୃୃୃୃୃୃୃୃୃତ୍ଯୁ
ଜନମରୁ ମରଣର ଦୂରତା ଯେ କମ୍ ,
ଜୀବନଟା ଜଳବିନ୍ଦୁ ବୁଦବୁଦ ବମ୍ |୧|
ଆନନ୍ଦର ସୀମା ଡିଏଁ ଜନମର ମଜା,
ଦୁଃଖଶୋକ ଭରିଦିଏ ମୃତ୍ୟୁପଥ ସଜା |୨|
ମୃତ୍ଯୁ ଆସେ ସନ୍ତର୍ପଣେ ଝରକାର ପଥେ,
କବାଟକୁ ଖୋଲିଦେଇ ଚାଲିଯାଏ ରଥେ | ୩|
ଜୀବନକୁ ଅଟହାସ୍ଯ କରୁଥାଏ ମୃତ୍ଯୁ,
ଯନ୍ତ୍ରଣାର କଷାଘାତ କରୁଥାଏ ଶତ୍ରୁ |୪|
ମୃତ୍ଯୁପଥ ସହଚର ରୋଗଶୋକ ଲୁହ,
ନଜଳିବି ଜାଳିଦିଏ ହୃଦୟର କୋହ |୫|
ଶେଷେ ପୁଣି ଆସିଯାଏ ମୃତ୍ଯୁପରି ସାଜି,
ଉଡ଼ିଆସି ନେଇଯାଏ ଜୀବନକୁ ଭାଜି |୬|
ଚିରସତ୍ଯ ଚିରନ୍ତନ ମୃତ୍ଯୁସତ୍ଯ ଏକା,
ସେପଥରେ ହଜିଯିବା ରାମନାମ ପକ୍କା |୭|
