STORYMIRROR

Santanu Bisoi

Romance Tragedy

3  

Santanu Bisoi

Romance Tragedy

ମୃଗତୃଷ୍ଣା

ମୃଗତୃଷ୍ଣା

1 min
170

ମୋ ହୃଦୟ ରାଣୀ ହୋଇ ଯାଆନ୍ତୁ କି

   ପ୍ରେମସୁଧା, ପ୍ରୀତି ଝରଣା ଝରି,

ତୋ' ବିନା ଜୀବନେ ବୈରାଗ୍ୟ ଆସୁଛି

   ପାରୁନି ବଞ୍ଚି ମୁଁ ପାରୁନି ମରି ।।


 ତୋ..ଗାଆଁ ଦେଇ ମୋତେ ଯିବାମନା

   ତମ ଗାଆଁଟୋକା ବାସନ୍ଦ କଲେ,

 ତୋ'ରୂପ ନଦେଖି କେମିତି ବଞ୍ଚିବି

   ବଞ୍ଚିବାର ରାସ୍ତା କହି ଯା' ଭଲେ।।


ମନ ଛଡା ମୋର ପାଶେ କିଛି ନାହିଁ

  ଦେଇ ପାରିବିନି କିଛି ମୁଁ ତୋତେ,

ମୋ ମନ ନେଇଯା ଦେଉଛି ସୁନ୍ଦରୀ

ତୋର ମନ ଦେଇ ଯାଆ ଲୋ' ମୋତେ।।


ମଝି ଦରିଆରେ ଭସେଇ ଦେଏନି

ସନ୍ତରଣ କରି ନାହିଁ ମୁଁ କେବେ,

ତୋ ପ୍ରେମ ସାଗରେ ଡୁବେଇଲେ ଡୁବା

ଉବୁଟୁବୁ ହୋଇ ମରିବି ଲବେ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance