ମୃଗ ତୃଷ୍ଣା
ମୃଗ ତୃଷ୍ଣା
ମୃଗ ତୃଷ୍ଣା ଆମ ମନ ଅନୁକୋଣେ
ମନୋହର ମଧୁଶାଳା,
ମିଠା ସମ୍ମୋହନେ ମଧୁର ଜୀବନେ
ଛୋଛନାରେ ସୁଶୀତଳା।
ଗମନ ସେପଥେ ପୁଲକିତ ଭରା
ମହ୍ଲାରିତ କରି ତୋଳେ,
ଓଁ କାର ଧ୍ବନିରେ ଆଶା ଜାଗରିତ
ମୃଗ ତୃଷ୍ଣା ହୋଇ ଖେଳେ।
ତୃଷ୍ଣା ଅଭିସାରେ ନୈରାଶ୍ୟ ଜୀବନେ
ଆଶାର ପୁଲକ ହୋଇ,
ସପନ ସଜାଏ ଭାବମଗ୍ନ କରି
ପ୍ରଣୟିନୀ ହେବା ପାଇଁ।
ସତେ ମୃଗ ତୃଷ୍ଣା ପରାଗର ରେଣୁ
&nbs
p; ମିଳନ ବିରହ ପାଇଁ,
କ୍ଷଣ କ୍ଷଣକରେ ଯାଏ ଅପସରି
ପ୍ରାଣରେ ଆଶା ଜଗାଇ।
ମୃଗ ତୃଷ୍ଣା ପୂର୍ଣ୍ଣ ମଣିଷ ଜୀବନ
ନାହିଁ ଯା'ର ଆଦି ଅନ୍ତ,
ଅପ୍ରାପ୍ତି ରୂପରେ ଲୁକ୍କାୟିତ ଭାବେ
ଜଳ୍ବନରେ ହନ୍ତସନ୍ତ।
ମୃଗ ତୃଷ୍ଣା ଆଶା ରଖିବା କାହିଁକି
ଯା' ରଙ୍ଗରେ ପ୍ରହେଳିକା,
ସଜେଇ ପାରିବା ଜୀବନ ସପନ
ସତ୍ୟତାର ଅଟ୍ଟାଳିକା।
ସେ ମୃଗତୃଷ୍ଣାର ବିନାଶେ ହୁଅଇ
ଅନାଗତ ଦୁଃଖନାଶ,
ତୃଷ୍ଣାରହିତ ଏ ଜୀବନେ ଆସଇ
ଆନନ୍ଦ ରୂପୀ ପୀୟୂଷ।