STORYMIRROR

KRUTIBAS NAYAK

Classics Inspirational Others

3  

KRUTIBAS NAYAK

Classics Inspirational Others

ମରାମତି

ମରାମତି

1 min
195


ଜୀବନଟା ସାରା ଚାଲିଥିବ ଖାଲି ମରାମତି ଆଉ ମରାମତି,

ଚାଲୁଥିଲା ପୁଣି ଚାଲିଛି ଚାଲିବ ସମୟର ଇଏ କରାମତି ।


ଯେତେ ଯତନରେ ଲାଗି ରହିଲେ ବି ଦେହ ହୋଇଯାଏ ଜରାଜୀର୍ଣ୍ଣ,

ମର ସଂସାରରେ ଅମର ହୋଇ କେ ହୋଇପାରି ନାହିଁ ପରିପୂର୍ଣ୍ଣ ।


ଆଜି ଯିଏ ନୂଆ କାଲିକୁ ପୁରୁଣା ତାପରେ ସେ କାହିଁ ଲୁଚିଯାଏ,

ଆଉଗୋଟେ ନୂଆ ଆସିଗଲେ କିଛି ପୁରୁଣା ଆଲୋଡ଼ା ହେଇରହେ ।


ପୁରୁଣା ଦରବ ମରାମତି ହେଲେ ସିଏ ବି ଦଉଡ଼େ ଆଗପରି,

ଆଜିର ମଣିଷ କହୁଛି-ସବୁକୁ ଫିଙ୍ଗିଦିଅ ବ୍ୟବହାର କରି ।


ସମୟର ସହ ବଦଳି ଗଲାଣି ଜିନିଷ ଆୟୁଷ ରୂପ-ଭେକ, 

କିଣି ଆଣୁଆଣୁ ଖରାପ ହେଉଛି ଉପରକୁ ଦେଖ ଚକଚକ ।


ଜିନିଷର ପରି ମଣିଷ ହେଲାଣି ସମୟ ସହିତ ତାଳଦେଇ,

ଯାହାକୁ ନିଜର କରିବାକୁ ଯିବ ତାକୁ ତ ଭରସା ପାଉନାହିଁ ।


#ସିଧାକଥା


Rate this content
Log in

Similar oriya poem from Classics