ମୋତେ ହାତ ଠାରି ଡାକେ କାଳିଆ
ମୋତେ ହାତ ଠାରି ଡାକେ କାଳିଆ
ମୋତେ ହାତ ଠାରି ଡାକେ କାଳିଆ
ତୁ ପୁରୀକୁ ଚାଲିଆ, ଚାଲି ଆ (୦)
ମୋତେ ବାନ୍ଧିଛି ସଂସାର ଡୋରି
ମୁଁ ତ ଯାଇ ପାରୁନାହିଁ ପୁରୀ
ବସି ଏଇଠି ଛାଡ଼ୁଛି ହୁରି
ଥରେ ଦେଖା ଦେଏ ନୀଳା ଚଳିଆ l(୧)
ମୋତେ ହାତ ଠାରି ଡାକେ କାଳିଆ....
ଭକ୍ତ ସାଲବେଗ ପାଇଁ ରଥ
ଚଳି ନ ଥିଲା ହେ ଜଗନ୍ନାଥ
ବନ୍ଧୁମହାନ୍ତି କୁ ଭୋଗ ଥାଳି
ଦେଇ ଯଶ ରଖିଛୁ କାଳିଆ l(୨)
ମୋତେ ହାତ ଠାରି ଡାକେ କାଳିଆ....
ବିପ୍ର ସୁଦାମାର ବୋହି ଭାର
ତୁ ଯେ ହୋଇଛୁ ଭକ୍ତ ସୋଦର
ତୋର ମହିମା ଅଟେ ଅପାର
କି ବର୍ଣ୍ଣିବି କାଇଁଚ ଚୁଳିଆ l(୩)
ମୋତେ ହାତ ଠାରି ଡାକେ କାଳିଆ.....
ଭକ୍ତ ମିରାବାଈଙ୍କର ଦାସୀ
ମୋତେ କର ନୀଳାଚଳ ବାସି
ତୋର ଚରଣରେ ରଖି ଚିତ୍ତ
ଦିନ ଯାଉ ମୋ ଚକାଡୋଳିଆ l(୪)
ମୋତେ ହାତ ଠାରି ଡାକେ କାଳିଆ....
