Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DR SAMIR RANJAN BEHERA

Comedy Others

3  

DR SAMIR RANJAN BEHERA

Comedy Others

ମୋତେ ଭୋଟ ଦିଅ

ମୋତେ ଭୋଟ ଦିଅ

1 min
161



ପ୍ରଭାତ ସୂରୁଯ ଉଇଁବା ଆଗରୁ 

ମାତିଲେଣି ନେତାଗଣ,

ଆଗପଛ ହୋଇ ଧାଇଁଛନ୍ତି ସବୁ,

ଭୋଟ କିଣିବାକୁ ମନ ll


ପିଲାଠାରୁ ବୁଢ଼ା ଯାହାକୁ ଦେଖନ୍ତି,

ମଥାକୁ ତଳକୁ କରନ୍ତି 

କେଡ଼େ ଶରଧାରେ ପାଦ ତଳେ ପଡ଼ି,

ମୋତେ ଭୋଟ୍ ଦିଅ କହନ୍ତି ll


ରାତି ଆଉ ଦିନ ସମାନ ହେଇଯାଏ

ଭୋଟ ପାଇଁ ଘୁରି ଘୁରି

ମୋତେ ଭୋଟ ଦିଅ ମୋତେ ଭୋଟ ଦିଅ କହି

ଜୀବନ ହେଇଯାଏ ମାଟିପରି ll


ମଦର ଟେରେସା ପ୍ରାୟ ସେବାକାର୍ଯ୍ୟ,

ଆଜୀବନ କରୁଥିବି

ତମ ସୁଖେ ଦୁଃଖେ ଭାଗିହେଉଥି

ବିଦରକାର ପଡିଲେ

ଜୀବନ ଟା ବି ଦେଇଦେବି ll


ସେଥି ପାଇଁ ବନ୍ଧୁ ଥରେ ମାତ୍ର ମୋତେ

ଭୋଟ ଦେଇ ଜିତେଇ ଆଣ

ତମ ଗାଁ ଟାକୁ ରାତାରାତି ବାବୁ

ସୁନା କରିଦେବି ଜାଣ ll


ମୁଁ ଆଜ୍ଞା ଅଟେ ନିମିତ୍ତ ମାତ୍ର

ଏ ବିଜୟ ହେବ ଆପଣଙ୍କର

କଥା ମୁଁ ଦେଉଛି ମୋତେ ଜିତେଇଲ

 ସଭିଙ୍କ ଦୁଃଖ ହେବ ଦୂର ll


ରାସ୍ତା ଘାଟ ସବୁ ଚିକ୍କଣ ହୋଇବ

ଘର ଘର ଟଙ୍କା ଦେବି

ସରକାରଙ୍କୁ କହି ସମସ୍ତଙ୍କ ଲାଗି

ଚାକିରୀ କରେଇ ଦେବି ll


ଗାଁ ମଝିରେ ମନ୍ଦିର ଗୋଟିଏ

ମୁଁ ତିଆରି କରିବି

ସ୍କୁଲ କଲେଜ ହସ୍ପିଟାଲ ଆମ ଗାଁରେ ନାହିଁ

ମୁଁ ହିଁ ବନେଇ ଦେବି ll

  

ଏଣୁ ମୋ ପରିବାର ମାଆ ଭଉଣୀ,

ପକେଇ ଦିଅ ରାଣ 

ଅକୁଣ୍ଠିତ ଚିତ୍ତେ ସବୁ ଯାକ ଭୋଟ,

ମୋତେ ଦେଇ ଜିତେଇ ଆଣ ll



Rate this content
Log in

Similar oriya poem from Comedy