ମୋର ପ୍ରିୟ ସାଥୀ ବହି
ମୋର ପ୍ରିୟ ସାଥୀ ବହି
ଠୁକୁ ଠୁକୁ ହୋଇ
ଚାଲିଲି ପଥ ମୁଁ
ମାଆକୁ ସାଥୀଟେ କରି
ଝୁଣ୍ଟି ପଡେ ଯେବେ ଖାଲ ଖମା ପଥେ
ମାଆ ଟେକିନିଏ ମୋ ହାତକୁ ଧରି ।
ବଡ ହୋଇ ଗଲି
କଥା ମୁଁ କହିଲି
ଚାହାଳୀକୁ ଗଲି ପଢିବା ପାଇଁ
ବାପା ଆଣିଦେଲେ ଛବିଳ ମଧୁ ବର୍ଣ୍ଣବୋଧ
ତା' ସହ ବନ୍ଧୁତା କରିବା ପାଇଁ ।
ସତରେ……!
କି ଆକର୍ଷଣ ଥିଲା କେଜାଣି ତା'ପାଖେ
ଛାଡି ପାରିଲିନି ତାକୁ ମୁଁ ଜମା
ଶୟନେ ସ୍ୱପନେ ଅବା ଜାଗରଣେ
ହୋଇଗଲା ସିଏ
ମୋ ଜୀବନର ପରିସୀମା ।
ତାକୁ ପାଇଲା ପରେ
ପଛକୁ ଚାହିନି
ଚଢିଲି ସଫଳତାର ଲମ୍ବା ଶିଢୀ
ଗୀତା ,ଭାଗବତ ଅବା ସ୍କୁଲ ପାଠ
ସବୁଥିରେ ଗଲି ଆଗକୁ ମାଡି ।
ପିଲାଏ ଡାକିଲେ ଗ୍ରନ୍ଥ କୀଟ ମୋତେ
ତଥାପି ନଥାଏ ମୋ ଅବଶୋଷ
ସବୁବେଳେ ସାଥୀ ମୋର ପ୍ରିୟ ବହି
କଢାଇ ନିଏ ସେ ଅମଡା ପଥ ।
ବହିଟିଏ ମୋର ବଡ ଦୁର୍ବଳତା
ସଭିଏ ଜାଣନ୍ତି ଏକଥା
କିନ୍ତୁ……
ଜୀବନ ସାଥୀ ମୁଁ ପାଇଲି ଯାହାକୁ
ସାହିତ୍ୟ ପ୍ରତି ତାଙ୍କର ଟିକେ ନାହିଁ ଉଦାରତା ।
ତଥାପି ଛାଡିନି ଲେଖିବା କଳାଟା
ଯେତେବି ଯନ୍ତ୍ରଣା ଆସେ
ଆଜି ମୁଁ ପଡିଛି କରୋନା କବଳେ
ହେଲେ ଲେଖା ଆଉ ବହି
ଦୁହେଁ ସାଥୀ ମୋର ହୋଇ ଅଛନ୍ତି ମୋ ସାଥେ ।