STORYMIRROR

Anam Charan Sahoo

Abstract

2  

Anam Charan Sahoo

Abstract

ମୋର ଭବିଷ୍ୟତ

ମୋର ଭବିଷ୍ୟତ

1 min
224

ଭୟଲାଗେ ମୋତେ ନିଜ ପାଇଁ ସତେ

କେତେ ମୁଁ ବଦଳି ଗଲିଣି

ଭାଇ ବନ୍ଧୁ ମୋର ହୋଇଲେଣି ପର

ମୋବାଇଲ୍ ପ୍ରିୟ ହେଲିଣି।

ଅଫିସ କାମରେ ଫୁରୁସତ ନାହିଁ

ସମୟ ଇଶାରା ଦେଲାଣି

ସଂସାର ସୌନ୍ଦର୍ଯ୍ୟ ଉପଭୋଗ ଲାଗି

ମନ ମୋର ମରିଗଲାଣି।

ଗାଆଁ ସାଥୀ ଯେତେ ଖୋଜୁଛନ୍ତି ମୋତେ

ଯିବାକୁ ଦିଅନ୍ତି ଡାକରା

ସମୟ ଅଭାବ ବାହାନା ମୋହର

ମିଛ କହିବାଟା ନିଆରା।

ବାହା ଭୋଜି ଆଉ ଯାଇ ହେଉନାହିଁ

ପକେଟକୁ ଭାରି ବାଧୁଛି

ସମୟ ଆସିବ ପାଶେ ଧନ ଥିବ

ମଣିଷ ନଥିବେ ଲାଗୁଛି।

ବନ୍ଧୁବାନ୍ଧବରେ ଭୋଜିଭାତ ବେଳେ

କେହିବି ନଥିବେ ପାଖରେ

ଭିଡିଓ କଲିଙ୍ଗ କରି ଦେଖୁଥିବେ

ସୁଖତ ନଥିବ ହୃଦରେ।

ଧନ ପଛେ ବାଇ ହୋଇ ମୁଁ ଗଲାଣି

ସମୟ ରହୁଛି ଅଭାବ

ଫୋନରେ ଫୋନରେ ଶ୍ରାଦ୍ଧବି କରିବି

ବଦଳିଛି ମୋର ସ୍ବଭାବ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract