ମୋର ଅଭୁଲା ସ୍ମୃତି
ମୋର ଅଭୁଲା ସ୍ମୃତି
ତମେ ମୋର ସ୍ମତି,
ମୋ ପ୍ରେମର ପ୍ରତିମୂର୍ତ୍ତି,
ଥିଲା ତୁମ ଠାରେ,
ସବୁ ରାଗ ଓ ଅନୁରାଗ ମୋର
ବିଚିତ୍ର ସେ ଅନୁଭବ,
ଅତୀତ ସେ ପ୍ରେମ ବନ୍ଧନର
ନିଦ ତ ହଜେଇଥିଲ,
ବିଛେଦ ହୋଇଛି ଆଜି
ଝରି ପଡିଛି ତ ଆଜି,
ପାଖୁଡା ସେ ଵସନ୍ତ ପ୍ରଣୟର,
ମନେ ପଡେ ସ୍ମୃତି,
ସ୍ତମ୍ଭ ବନିଛି ସପନ ଭିତର |୧|
କେତେ ରୂପ,
କେତେ ସପନ,
କେତେ ରଙ୍ଗ,
ଭରି ଦେଇଥିଲ,
ସେଇ ନୀଳ ନୟନରେ ତୁମର,
ରଙ୍ଗୀନ ସୁନାର ସପନ,
ଜୀବନରେ ଭରି ଦେଇଥିଲ,
ମୋର ଯୁବକ ବୟସେ,
ମନେ ପଡେ ସ୍ମୃତି,
ସେ ଅନୁବନ୍ଧନର,
ସ୍ତମ୍ଭ ବନିଛି ସପନ ଭିତର |୨|
ସେ ଫୁଲର ମହକ,
ଦୁରେଇ ଯାଇଛି,
ମହକର ବାଆ,
ଲାଗୁଛି ଯେପରି କଡେଇ ଯାଇଛି,
ମୋ ଆତ୍ମାର,
ମଧୁ ବସନ୍ତରେ,
ସେଇ ମଳୟ ଆଉ ବହୁନି,
ଉଡୁ ନାହିଁ ଆଉ ଗେଣ୍ଡାଳିଆ,
ମନେ ପଡେ ସ୍ମୃତି,
ସେ ଅନୁବନ୍ଧନର,
ସ୍ତମ୍ଭ ବନିଛି ସପନ ଭିତର |୩|
ସବୁ ମୋହ ମୋର,
ଭାଙ୍ଗି ତ ଯାଇଛି,
ଲାଗୁଛି ଜୀବନ,
ଯେପରି ଦେଖା ଦିଏ,
ଅଧା ଅଧା କ୍ଷୁଧାରେ,
ମାୟା ମରୀଚିକା ହୋଇଛି,
ତୁମ ସେହି ଲାଜକୁଳି ହସ,
ସେହି ହସ ବିନା,
କଟାଏ ଜୀବନ,
ବିରହର ଦୀର୍ଘଶ୍ଵାସରେ,
ମନେ ପଡେ ସ୍ମୃତି,
ସେ ଅନୁବନ୍ଧନର,
ସ୍ତମ୍ଭ ବନିଛି ସପନ ଭିତର |୪|
ମନେ ପଡୁଛି ମୋର,
ବାଟ ଚାହିଁ ବସିଥାଏ,
ତାଳ ତମାଳର ସେ ତୋଟା ପାରିରେ,
ମୋ ଗାଁ ର ଶାଳବଣରେ,
ପାଖ ନଈ ବାଲିରେ,
ତୋଳୁନି ସେ ଗୁଞ୍ଜନ,
ତୁମ ବିରହରେ ,
ଆଉ ନାହିଁ ସେହି ମାଦକତା,
ଗହଳିଆ ଲଟାର,
ଅବା ନଈ କୂଳର,
ମନେ ପଡେ ସ୍ମୃତି,
ସେ ଅନୁବନ୍ଧନର,
ସ୍ତମ୍ଭ ବନିଛି ସପନ ଭିତର |୫|
ଏବେ ଖୋଜିଲେ,
କାହୁୁଁ କୁହ ମିଳିବ,
ସେହି ମଧୁ ଚନ୍ଦ୍ରିକାର ମତୁଆଲି,
ମନ ଆଉ ସ୍ବପ୍ନ ବିଳାସର ବର୍ଣ୍ଣିଳଧାରା,
ଏହା ଚିରନ୍ତନ ସତ୍ୟ,
ପ୍ରେମର ପଥ ସଦା କୁସୁମିତ,
ପୀରତିରେ ତ ବଶ ଚରାଚର,
ପ୍ରେମ ପୂର୍ଣ୍ଣତାର,
ଭାବ ତ ନିଆରା,
ସବୁ ସ୍ଥାନେ ଏ ବିଶ୍ୱର,
ମନେ ପଡେ ସ୍ମୃତି,
ସେ ଅନୁବନ୍ଧନର,
ସ୍ତମ୍ଭ ବନିଛି ସପନ ଭିତର |୬|

