Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Tragedy Fantasy

4  

Bijay Prusty

Tragedy Fantasy

ମୋପାଇଁ ଖାଲି ଲୁହ

ମୋପାଇଁ ଖାଲି ଲୁହ

1 min
444



କେତେଦିନ ଆଉ ତୁମରି ଦୟାରେ

ବଞ୍ଚିବାକୁ ମୋତେ ହେବ

କେତେଦିନ ଆଉ ମୋ ଶୁଖିଲା ଆଖି

ନୀରବରେ ଭିଜୁଥିବ I


କେତେଦିନ ଆଉ ମୋ ବାଳୁତ ପିଲା

ତୁମଘରେ ଖଟୁଥିବ

କେତେଦିନ ଆଉ ଆମଝିଅ ବୋହୂ

ଇଜ୍ଜତକୁ ଲୁଟୁଥିବ I


ଟଙ୍କା କିଛି ପାଇଁ ବନ୍ଧା ରଖିଅଛ

ବାଳୁତ ପିଲାକୁ ମୋର

ସୁଧ ମୂଳ ଯେତେ ଶୁଝି ଚାଲିଲେ ବି

ବଢିଚାଲେ ଋଣଭାର I


ଏବେ ପୁଣି ତୁମ ଆଖିରେ ପଡିଛି

ମୋ ବଢିଲା ଝିଅ ଦେହ

ସେଥିପାଇଁ ସିନା ନିତି ନିତି ମୋତେ 

କେତେ ଚାଟୁକଥା କୁହ I


କହି ହେଉନାହିଁ ସହି ହେଉନାହିଁ

କି କରିବି ମୋତେ କୁହ

ମୋ ନିଜର ହୋଇ କିଛି ହେଲେ ନାହିଁ

ଅଛି ଖାଲି ଆଖିଲୁହ I

         


Rate this content
Log in

Similar oriya poem from Tragedy