Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

S Nayak 😊

Abstract Classics Others

3  

S Nayak 😊

Abstract Classics Others

ମୋହନ ମୁରଲୀ

ମୋହନ ମୁରଲୀ

1 min
429


ଦୂରୁ ଶୁଭୁଅଛି ସଙ୍ଗୀତ ମୂର୍ଚ୍ଛନା

ମୂର୍ଚ୍ଛନାରେ ମୂର୍ଚ୍ଛା ଯିବି

କୃଷ୍ଣ ତୁମ୍ଭ ନାମ ସଙ୍କୀର୍ତ୍ତନେ ଯେ

ଏ ଜୀବ ସମର୍ପି ଦେବି ।


ତୁଣ୍ଡେ ରଖି ଥିବି ନାମ ଅପାର ଯେ

ନାମେ ନାମେ ଭଜୁଥିବି

ପଦେ ସବୁ ପଦେ ତୁମ ଭାବ ଯେତେ

ଭକ୍ତି ସହ ନଉଥିବି ।


ଦୂରେ ଅଛ ଅବା ପାଖେ ମୋର ଅଛ

ସେ କଥା ମୁଁ ଜାଣେ ନାହିଁ

ତୁମ୍ଭ ନାମ ନେଲେ ହେ କଳା ଗୋସାଇଁ

ପାଶେ ଅଭିହିତ ହ୍ଵଇ ।


ଭାବରେ ଭାବରେ ତୁମ ମୁଖ ଭାସେ

ତୁମ ଭକ୍ତ ପାଗେଳିନି

ହେ ମୋହନ ମୁରାରି ମୁରଲୀ ର ଧ୍ୱନି

ଶ୍ରୋତ୍ରେ ଅଧିର ହେଲିଣି ।


ତୁମ୍ଭ ବଂଶୀ ସ୍ଵନେ ମୋର ପଦ ଛନ୍ଦେ

ଅନବରତ ମୋ ନୃତ୍ୟ

ଅନୁଭୂତି ଅନନ୍ୟ ଅନୁରୂପେ ତୁମ୍ଭ

ଶୋଭ୍ୟ ଭାବ ମୋର ସତ୍ୟ ।


ନିରନ୍ତର ତୁମ୍ଭେ ମନ ଉପବନେ

ଅଛ ହୋଇ ବିଦ୍ୟମାନ୍

ଯେତେ ଦୂର ଗଲେ ତୁମ୍ଭ ଭାବ ଟାଣେ

ଭାବ ତୁମ୍ଭ ମୂଲ୍ୟବାନ୍ ।


ନିରାକାର ତୁମ୍ଭେ ସର୍ବ ସ୍ଥାନେ ଅଛ

ସର୍ବକରି ଅଧିକାର

ବାୟୁରେ ବ୍ୟାପିଛ ଯୋଜନ ଯୋଜନ

ଅକଳ୍ପନୀୟ ଆକାର ।


Rate this content
Log in

Similar oriya poem from Abstract