STORYMIRROR

Soumya Shubhadarshinee

Abstract

3  

Soumya Shubhadarshinee

Abstract

ମୋହଭଙ୍ଗ*

ମୋହଭଙ୍ଗ*

1 min
179

ରିକ୍ତ ମୋ ହୃଦୟ 

  ତୋ ସ୍ୱପ୍ନ ସମ୍ଭାର ବିନା

ଜାଣୁ ହୃଦୟ କାନ୍ଭାସ 

  ତୋ ବିନା ରଙ୍ଗ ଧରେନା


ମାଟି , ପାଣି , ପବନରେ

   ତୁ ଥାଉ ପ୍ରତି ସ୍ପନ୍ଦନରେ

ଅବୋଧ୍ୟ ପ୍ରିତୀ ସମୀକରଣ

   ନୀଳ ଆଖି ସମ୍ମୋହନରେ


ତରଙ୍ଗିଣୀ ଲାସ୍ୟମୟୀ

   ହସରେ ତୋ' ମୁକ୍ତା ଝରେ

ବିନିଦ୍ର ରଜନୀ ବିତେ 

  ତୋ' ସ୍ମୃତି ଚୌହଦି ଧାରେ


ଠିକ ଏମିତି ନା ଇପ୍ସିତ 

  ପ୍ରତିକ୍ଷୀତ ପ୍ରେମ ପ୍ରସଙ୍ଗ

ଭାରି ମିଠା ଭାରି ଚଗଲା

   ମନ ଆକାଶର ବିହଙ୍ଗ

ଉଷ୍ମତାର ଚାଦର ଢ଼ଙ୍କା

   ତୋ ପ୍ରତିଟି ଅଙ୍ଗ ପ୍ରତ୍ୟଙ୍ଗ

ମେଞ୍ଚେ ଭାଵ ମଖା ଆମ

  ଯୁଗ୍ମ ଜୀବନର ସପ୍ତରଙ୍ଗ


ହେଲେ ଜାଣୁ ଏସବୁ ମିଛ

  ମୋହ ଭିଜା ମୁଠେ ମାଟି


ନିଶବ୍ଦରେ ଅଜାଣତେ ସତେ

   ସାରିଯିବ ସ୍ୱପ୍ନିଳ ରାତି 


ବଦଳି ଯିବ ନୀଡ଼ର ଠିକଣା   

   ଶିଥିଳ ହେବ ଭାବର ଗତି 


ତୋ ସ୍ପର୍ଶର ଅଜଵ ସମ୍ମୋହନ

  ହଜେଇ ଦେଵ ନିଜର ତାତି


ଅପରିଚିତ ହେଇଯିବା ଆମେ

ମୋହଭାଙ୍ଗି ସାରିଦେବା ପ୍ରିତୀ


ସବୁ ମଧୁଲଗ୍ନା ମୁହୂର୍ତ୍ତର

   ଆୟୁଷ ଏମିତି ଅଳିକ 

ଆକର୍ଷଣ ର ଉନ୍ମାଦନା

    ସାଥେ ରହେ କ୍ଷଣିକ

ସମ୍ପର୍କର ଆବେଗିକ ସୌଧ

    ସାଜେ ଅବୋଧ୍ୟ ମୂଲକ

ମୁଁ ରୁହେନି ମୁଁ ତୁ ରହୁନା ତୁ

 କେବଳ ବାକି ରହେ କଳଙ୍କ


ଗୋଟେ ନୀରିହ ପ୍ରତିଶ୍ରୁତି 

  ଖୋଜୁଛି ମୋ ମନ ତୋଠି  

ତୁ ବାନ୍ଧି ନେ ତମାମ ଜୀବନ

   ଦେଇ ପ୍ରିତୀ ଅଠା କାଠି

ଆଉ ସାଥେ ରହିବାର ସର୍ତ୍ତ

   ନରହୁ ଆମ ସମ୍ପର୍କରେ

ମୁଁ ରୁହେ ସାଜି ତୋ ଜୀବନେ

   ହୃଦୟରେ ଆଲେଖା ଚିଠି


 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract