ମୋବାଇଲ୍
ମୋବାଇଲ୍
ମୋବାଇଲ୍ ଯୁଗ ଇଏ
ବିନା ମୋବାଇଲରେ କି କାମ ହୁଏ
ବଉଳଲୋ
ଆଲୋ ଆଲୋ ବଉଳଲୋ
ସବୁ ହାତେ ରହିଥାଏ ସିଏ
ବଉଳଲୋ ।
ବୁଢା ଠାରୁ ବୁଢୀ ଦେଖ
ଟୋକା ଟୋକିଙ୍କର ଚାଲିଛି ଟିପ
ବଉଳଲୋ
ଆଲୋ ଆଲୋ ବଉଳଲୋ
ଚାଟିଙ୍ଗ୍ କରୁଛନ୍ତି ଫଟା ଫଟ୍
ବଉଳଲୋ ।
ଛୋଟ ଶିଶୁଟିଏ ପୁଣି
ମୋବାଇଲ୍ ଦେଲେ ହେଉଛି ତୁନି
ବଉଳଲୋ ଆଲୋ
ଖାଇ ପିଇ ଦିଏ ସିଏ ପାଣି
ବଉଳଲୋ ।
ବଡ ଜାଣୁ ନାହାଁନ୍ତି ଯାହା
ଛୋଟ ପିଲା ଧରି ଖେଳନ୍ତି ତାହା
ବଉଳଲୋ ଆଲୋ
ଜିଦି କରି ସେ ଧରନ୍ତି ରାହା
ବଉଳଲୋ ।
ଅନ୍ ଲାଇନର ପାଠ
ଧରି ମୋବାଇଲ୍ ପଢିଲେ ଚାଟ
ବଉଳଲୋ
ଶିଖି ଗଲେ ସିଏ ପ୍ରେମ ପାଠ
ବଉଳଲୋ ।
ପିଲାଏ ବାଇଆ ହେଲେ
ମୋବାଇଲ୍ ପାଇଁ ଜିଦି କରିଲେ
ବଉଳଲୋ
କେତେ ଜୀବନ ବି ହାରି ଦେଲେ
ବଉଳଲୋ ।
ମୋବାଇଲ୍ ରେ ଖେଳିଲେ
ରାତି ଅଧ ଯାକେ ଚେଇଁ ରହିଲେ
ବଉଳଲୋ
ମିଛ କଥାକୁ ଆପେ ଶିଖିଲେ
ବଉଳଲୋ ।
ନ ପଢିଲେ ପାଠ ନାହିଁ
ପ୍ରେମ ପାଠେ ଗଲେ ଟପର ହେଇ
ବଉଳଲୋ
ଭଲ ପାଇ ଯେ ବସିଲେ ସେହି
ବଉଳଲୋ ।
କଲେଜ ପୁଅ ଯାଉଛି
କଲ୍ କରି କି ଝିଅ ଡାକୁଛି
ବଉଳଲୋ
କଲେଜ ପଛରେ ଦେଖା କରୁଛି
ବଉଳଲୋ ।
ବାଇକି ପଛରେ ବସି
ମୋବାଇଲ୍ ରେ କଥା ହୁଅନ୍ତି ହସି
ବଉଳ ଲୋ
ଝିଅ ପ୍ରେମେ ପୁଅ ଯାଏ ଫଶି
ବଉଳଲୋ ।
ମୋବାଇଲରେ ହାଏ ବାଏ
ବାଆ ମାଆ କଥା ପଚାରେ କିଏ
ବଉଳଲୋ
ପୁଅ ସାଥେ ଝିଅ ଛୁ ହୁଏ
ବଉଳଲୋ ।
ପୁଅ ଝିଅଙ୍କର ଜିଦି
ଗଣା ପୁଛା ସବୁ ଯାଏ ଚୂଲୀକି
ବଉଳଲୋ
ସିଏ ହେଉ ଜାତି କି ଅଜାତି
ବଉଳଲୋ ।
ମୋବାଇଲ୍ ଠିକଣା ଦିଏ
ପୁଅ ଝିଅଙ୍କର ନାଟ ଲଗାଏ
ବଉଳଲୋ
ଏ ଦୁନିଆଟା ଚାହିଁ ଥାଏ
ବଉଳଲୋ ।
ମୋବାଇଲ୍ କଲା ଖେଳ
ଫସିଗଲା ଦେଖ ଟୁଙ୍ଗୁର ଭୋଳ
ବଉଳଲୋ
ବର୍ଷା ସାଜିଲା ତା' ପାଇଁ କାଳ
ବଉଳଲୋ ।
ଫେସବୁକୁରେ ଚାଟିଙ୍ଗ୍
ଭିଡିଓ କଲରେ ହ୍ୱନ୍ତି ଫିଟିଙ୍ଗ୍
ବଉଳଲୋ
ବ୍ଲାକ୍ ମେଲରେ ହୁଏ ଫାଇଟିଙ୍ଗ
ବଉଳଲୋ ।
ମୋବାଇଲ୍ ବିନା କିଛି
ହେବ ନାହିଁ ତାହା କେ ନ ଜାଣିଛି
ବଉଳଲୋ
ତାର ଉପକାର ବହେ ଅଛି
ବଉଳଲୋ ।
ଦେଶ ବିଦେଶରେ ଖ୍ୟାତି
ମୋବାଇଲ୍ କେତେ ଭରୁଛି ସ୍ମୃତି
ବଉଳଲୋ
ନ ହେଲେ ସମ୍ପର୍କ ହୁଅନ୍ତା ଇତି
ବଉଳଲୋ ।
ମୋବାଇଲ୍ କରେ ସବୁ
ପ୍ରତିଷ୍ଠିତ କରେ ସେ ସମସ୍ତଙ୍କୁ
ବଉଳଲୋ
ତା ପାଇଁ ପରିଚିତ ଆମେ ସବୁ
ବଉଳଲୋ ।
ମୋବାଇଲର ବ୍ୟବହାର
ବହୁତ ରହିଛି ତା ଉପକାର
ବଉଳଲୋ
ତା ପାଇଁ ଉନ୍ନତି କରୁଛି ନର
ବଉଳଲୋ ।
ଘରେ ଘରେ ବସି ଥାନ୍ତି
ଅଲ୍ ନାଇନରେ କାମ କରନ୍ତି
ବଉଳଲୋ
କେତେ ଯଶ ଖ୍ୟାତି ଅର୍ଜି ଥାନ୍ତି
ବଉଳଲୋ ।
ମୋବାଇଲ୍ ଜୀବନ ହୁଏ
ସବୁବେଳେ ହାତେ ସେ ରହି ଥାଏ
ବଉଳଲୋ
ରାତି ପାହିଲେ ସେ ଖୋଜା ହୁଏ
ବଉଳଲୋ ।
ପୁଅ ଝିଅଠୁ ଆଧିକ
ମୋବାଇଲକୁ ଭଲ ପାଆନ୍ତି ଲୋକ
ବଉଳଲୋ
ଅତି ଯତନେ ରଖନ୍ତି ପାଖ
ବଉଳଲୋ ।
ଖାଇବା ଭୁଲାଇ ସିଏ
ମୋବାଇଲ୍ ବିନା ନା ଚଳି ହୁଏ
ବଉଳଲୋ
ଆଖି ନିଦକୁ ହଜେଇ ଦିଏ
ବଉଳଲୋ ।
ମୋବାଇଲ୍ ବ୍ୟବହାର
ଦେଖି ସିମ୍ କାର୍ଡ ବଢାଏ ଦର
ବଉଳଲୋ
ସତେ ମାଡୁ ଅଛି ବେଶୀ ଡର
ବଉଳଲୋ ।
ପ୍ରତ୍ୟେକ କାର୍ଯ୍ୟରେ ସିଏ
ଦକ୍ଷତାରେ ପରିପୂର୍ଣ୍ଣ ଯେ ଥାଏ
ବଉଳଲୋ
ମାନ ସମ୍ମାନ ବଢେଇ ଦିଏ
ବଉଳଲୋ ।
ତା ସ୍ରଷ୍ଟାକୁ କୋଟି ଜୁହାର
ତା ପାଇଁ ଅଗ୍ରସର ଯେ ନର
ବଉଳଲୋ
ଆଜି ଊର୍ଦ୍ଧ୍ବକୁ ଯାଉଛି ନର
ବଉଳଲୋ ।
