STORYMIRROR

Sagar Kumar Parida

Abstract

3  

Sagar Kumar Parida

Abstract

ମୋ ସ୍ମୁତି

ମୋ ସ୍ମୁତି

1 min
54

ଅନେକ ସ୍ମୁତି ମୋ ମନ ରାଜ୍ୟରେ

ଉଙ୍କିମାରେ ବେଳେବେଳେ,

କିଛି ସୁଖ ସ୍ମୁତି କିଛି ଦୁଃଖ ସ୍ମୁତି

ରହିଛି ହୃଦ କନ୍ଦରେ।।

ବାଲ୍ୟ ଅବସ୍ଥାରେ ବିଦ୍ୟାଳୟ ସ୍ମୁତି

ରହିଛି ଅଭୁଲା ହୋଇ, 

ଶିଖିଥିଲି ଯହିଁ ପ୍ରଥମ ଅକ୍ଷର

ଗୁରୁଜୀଙ୍କ ଛାଟ ଖାଇ।।

ଦଶମ ପରୀକ୍ଷା ବେଳର ସ୍ମୃତିଟି

ଭୁଲିକି ହୁଏ ଜୀବନେ,

କଲେଜ ଯିବାର ସେ ଶୁଭ ମୁହୂର୍ତ୍ତ

ରୋମାଞ୍ଚ ଭରଇ ମନେ।।

ବିବାହ ବେଳର ସ୍ମୃତି ମନେପଡେ

ଗଲି ଯେବେ ବେଦି ପରେ,

ଜୀବନର ସାଥି ମିଳିଯାଇଥିଲା

ହାତଗଣ୍ଠି ପରେପରେ।।

ମାତାର ବିୟୋଗ ଦୁଃଖଦ ସମୟ

ସୁଖହେଲା ଦୂରୀଭୂତ

ଦୁଃଖ ହୋଇଗଲା ଚିର ସହଚର

ତା ସାଙ୍ଗେ କଲି ମୁଁ ମିତ।।

ସାଙ୍ଗ ସାଥୀମେଳେ ଅନେକ ଖେଳରେ

ସମୟ ଦେଇଛି କାଟି,

ମାଆ ସାଥେ ଯେବେ ମାମୁଁ ଘରଯାଏ

ନାଳ ବଣ ମଧ୍ୟେ ପସି।।

ସାଧୁଗଣ ସଙ୍ଗେ ମିଶି ସତସଙ୍ଗେ

ଶିଖିଲି ଉଚ୍ଚ ଆଦର୍ଶ

ସେ ଆଦର୍ଶ ଧରି ଜୀବନ ରାସ୍ତାରେ

ଆଗକୁ ବଢାଏ ପଦ।।

ସ୍ମୁତି ଅଟେ ଆମ ଅମୂଲ୍ୟ ସନ୍ତକ

ମନ ମଧ୍ୟେ ଥାଏ ରହି,

ନିଜର ଲୋକକୁ କହି ଦେଉ ଆମେ

ସମୟ କୋଳରେ ଶୋଇ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract